Pratidin TV

Odisha's Digital News Platform

ଜମି ପାଇଁ ମୋ ପୁଅକୁ ମାରି କୂଅରେ ଫିଙ୍ଗିଦେଇଚି ସେଇ ପାନଦୋକାନି – ମୃତ ଓକିଲଙ୍କ ମାଁ ..

1 min read

କଟକ : ବିଡାନାସୀ ନୂଆ ସାହି ଘର କୂଅରୁ ମିଳିଲା ମାଲିକଙ୍କ ମୃତ ଶରୀର। ଗୁରୁବାର ଦିନ ତେଲେଙ୍ଗା ବଜାର ସ୍ଥିତ ବାସଭବନରୁ ବାହାରି ଥିଲେ କିନ୍ତୁ ଆଉ ଫେରିଲେ ନାହିଁ । ଜମି କିଣାବିକାକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ମାଆ । ବିଡାନାସୀ ନୂଆ ସାହିରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସୂଚନା ଅନୁଯାୟୀ, ତେଲେଙ୍ଗା ବଜାର ନିବାସୀ ସ୍ବର୍ଗତ ଶଶିଭୂଷଣ ଚୌଧୁରୀ ଓ କନକଲତା ଚୌଧୁରୀଙ୍କ ପୁତ୍ର ଆର୍ଯ୍ୟ ଭୂଷଣ ଚୌଧୁରୀଙ୍କର ମୃତ୍ୟୁ ହୋଇଛି । ତେବେ ଆର୍ଯ୍ୟ ପେଶାରେ ଜଣେ ଓକିଲ ବୋଲି ଜଣାପଡିଛି । ଚୌଧୁରୀଙ୍କ ପରିବାର କଟକ ସହରର ତେଲେଙ୍ଗା ବଜାରରେ ରହୁଥିବା ବେଳେ, ବିଡାନାସୀ ନୂଆ ସାହିରେ ସରକାରୀ ଜମିରେ ଏକ ଦୁଇ ବଖରା ଘର ନିର୍ମାଣ କରିଥିଲେ । ପୁଅ ଆର୍ଯ୍ୟ ଭୂଷଣ ଦୈନିକ ତେଲେଙ୍ଗା ବଜାର ଘରେ ଖାଦ୍ୟ ଖାଇ ବିଡାନାସୀ ଘରେ ରହିବାକୁ ଯାଆନ୍ତି ।

ଆର୍ଯ୍ୟ ଭୂଷଣଙ୍କ ମାଙ୍କ କହିବା ମୁତାବକ ଆର୍ଯ୍ୟ ଗତ ଗୁରୁବାର ଦିନ ତେଲେଙ୍ଗା ବଜାର ଘରେ ଖାଦ୍ୟଖାଇ ବିଡାନାସୀ ଘରେ ରହିବାକୁ ଯାଇଥିଲେ । ସେହି ନୂଆ ସାହିର ଜଣେ ବ୍ୟକ୍ତି ( ସୁକାନ୍ତ ନାମକ ପାନ ଦୋକାନୀ)ଆର୍ଯ୍ୟଙ୍କ ସହିତ ଘର ବିକ୍ରି କରିବା ପାଇଁ ପ୍ରସ୍ତାବ ନେଇ ଆସିଥିଲା ବେଳେ ଉଭୟ ମିଶି ବହୁବାର ମଦ୍ୟପାନ ମଧ୍ୟ କରିଛନ୍ତି। ଏହାକୁ ଆର୍ଯ୍ୟଙ୍କ ମାଆ ବିରୋଧ କରିବା ସହିତ ସେମାନଙ୍କ ଠାରୁ ଦୂରରେ ରହିବାକୁ ଆଦେଶ ଦେଇଥିଲେ । ମାତ୍ର ଗୁରୁବାର ଠାରୁ ଯାଇଥିବା ପୁଅ କାହିଁକି ଆସିଲାନାହିଁ ବୋଲି ମା କନକଲତା ନୂଆ ସାହି ଘରକୁ ଆସିଥିଲେ । ଘର ବନ୍ଦଥିବାରୁ ରବିବାର ଦିନ ଫେରି ଯାଇଥିଲେ । ମାତ୍ର ଆରଦିନ ସକାଳେ ମାଆ କନକଲତା ଆଉ ଥରେ ନୂଆ ସାହି ଘରକୁ ଯାଇ ଖୋଜିଥିଲେ ।

Advertisement

ପୁଅକୁ ଘରେ ନପାଇ ଏବଂ କିଛି ଅଘଟଣ ଘଟିଥିବାର ସନ୍ଦେହ କରି ବିଡାନାସୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଅଗ୍ନିଶମ ବିଭାଗର ସହଯୋଗରେ ଘରେ ଥିବା କୂଅରେ ମୃତଶରୀରକୁ ଠାବ କଲେ ଓ ରାତି ପ୍ରାୟ ୧୧ଟା୩୦ ସମୟରେ ମୃତ ଶରୀରକୁ ଉଦ୍ଧର କରି ତଦନ୍ତ ଆରମ୍ଭ କରିଛନ୍ତି । ମାଆ କନକଲତାଙ୍କ ପାଖରୁ ସମଗ୍ର ଘଟଣା ବିଷୟରେ ଜାଣିବା ପରେ ପୋଲିସ ତଦନ୍ତ କରିବାକୁ ଯାଇ ଘଟଣାସ୍ଥଳକୁ ବୁଲି ନିରୀକ୍ଷଣ କରିବା ସହିତ ପଡୋଶୀ ମାନଙ୍କୁ ପଚରା ଉଚରା କରିଛନ୍ତି । ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ ମୃତକଙ୍କ ପରିବାର ତରଫରୁ ଜମି ବିକ୍ରିକୁ ନେଇ ଏହା ହତ୍ୟାକାଣ୍ଡ ବୋଲି ଦାବି କରା ଯାଉଛି।

ଏନେଇ ମୃତ ଆର୍ଯ୍ୟଙ୍କ ମାଁ କହିଛନ୍ତି ଯେ ସେଇ ସୁକାନ୍ତ ହିଁ ମୋ ପୁଅକୁ ମାରିଛି । ଜମି ବାବଦକୁ ସେହିଁ ମୋ ପୁଅ ସହ ଉଠାବସା ପିଆପି କରୁଥିଲା । ସେ ହିଁ ମୋ ପୁଅକୁ ମଦ ପିଆଇ କୁଅକୁ ଠେଲିଦେଇଛି । ତା ଉପରେ ଗଦି,ଚଟେଇ ଇତ୍ୟାଦି ପକାଇ କୁଅକୁ ଘୋଡାଇଦେଇଛି ।ପୋଲିସ ସପୃକ୍ତ ଘଟଣାକୁ ଶୁଣି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କୂଅକୁ ଡେଇଁ ଆର୍ଯ୍ୟଙ୍କ ମୃତ୍ୟୁ ହୋଇଛି ନା ହତ୍ୟା କରି ତାଙ୍କୁ ଫୋପାଡ଼ି ଦିଆଯାଇଛି ତାହାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *