Pratidin TV

Odisha's Digital News Platform

(ଭିଡିଓ)‘ରିଲ୍ସ ପାଇଁ ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ ’–ଡିସିପି ପ୍ରତୀକ ସିଂ

1 min read

ଭୁବନେଶ୍ୱର : ଆଜି କାଲିର ଯୁବ ପୀଢି ରିଲ୍ସକୁ ନିଜର ନିଶା ଓ ପେଶା ବନାଇସାରିଲେଣି । କିନ୍ତୁ ଏହି ରିଲ୍ସରୁ ମାତ୍ର ୧୮ ପ୍ରତିଶତ ଲୋକହିଁ ପ୍ରକୃତରେ ନିଜର ପେଶା ବନାଇପାରିଛନ୍ତି । ଏକ ସର୍ଭେରୁ ଜଣାପଡିଛି ଯେ ଦେଶରେ ରିଲ୍ସ ବନାଉଥିବା ମାତ୍ର ୧୮ ପ୍ରତିଶତ ଲୋକ ହିଁ ଏଥିରୁ ରୋଜଗାର କରି ନିଜର ଜୀବନଯାପନ କରୁଛନ୍ତି । ଆଉ ବାକି ଅନ୍ୟମାନେ ଏହାକୁ ନିଜର ଶଉକ ବା ଏଣ୍ଟରଟେନମେଣ୍ଟ/ ସମୟ ଅତିବାହତ କରିବାର ଗୋଟିଏ ମାଧ୍ୟମ ବନାଇଛନ୍ତି । ଗତ କିଛି ମାସ ଭିତରେ ଏହି ରିଲ୍ସ ଓ ବିପଦସଙ୍କୁଳ ଅବସ୍ଥାରେ ଫଟୋ ଉଠାଇବା ଓ ଖଣ୍ଡାରେ କେକ୍ କାଟି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ଭଳି କେତେକ ସମସ୍ୟାକୁ ନେଇ ଡିସିପି ପ୍ରତୀକ ସିଂ କିଛି କଡା ଚେତାବନି ଦେଇଛନ୍ତି ।

ଯେ ଯୁବପୀଢି ଏଥିରୁ ନିବୃତ ରହିବା କେତେଦୂର ଠିକ୍ ସେ କହିଛନ୍ତି । କାରଣ ବର୍ତ୍ତମାନ ଇଷ୍ଟାଗ୍ରାମରେ ରିଲସ୍ , ଷ୍ଟାଟସ୍ , ଷ୍ଟୋରିଜ୍ ଟ୍ରେଣ୍ଡ ପାଲଟିଯାଇଛି । ଜଣେ ଅନ୍ୟ ଜଣଙ୍କଠାରୁ କିଭଳି ଭଲ ରିଲ୍ସ ବନାଇବ ସେଥିପାଇଁ ସେମାନେ ସ୍ଥାନ କାଳ ପାତ୍ର ରାସ୍ତା ଘାଟ କିଛି ମାନୁନାହାନ୍ତି । ଏତତ୍ ଛଡା ନିଜ ଜୀବନକୁ ମଧ୍ୟ ବିପଦ ମୁଖକୁ ଠେଲିବାରେ ଟିକେବି ପଛ ଘୁଞ୍ଚା ଦେଉନାହନ୍ତି । ଟ୍ରେନ୍ ଲାଇନ୍ ହେଉ କିମ୍ବା ବାଇକ୍ ଧରି ଷ୍ଟଣ୍ଟମାରିବା ହେଉ ଯୁବପୀଢି ଏସବୁ କରିବା ପୂର୍ବରୁ ଥରୁଟିଏବି ନିିଜ ବିଷୟରେ ଭାବୁନାହାନ୍ତି । ନିଜକୁ ବିପଦରେ ପକାଇବା ସହ ସେମାନେ ପରିବେଶରେ ଏକ ନକରାତ୍ମକ ବାର୍ତ୍ତା ଦେଉଛନ୍ତି । ଏସବୁ କରିବା ପୂର୍ବରୁ ଜଣେ ଦାୟିତ୍ୱପୂର୍ଣ୍ଣ ନାଗରିକ ଭାବରେ ଏଭଳି ଶସ୍ତା ଲୋକପ୍ରିୟତା ପଛରେ ନଦୌଡି , ଏଭଳି ବିପଦ ଜନକ କାର୍ଯ୍ୟରୁ ନିଜରୁ ଦୂରେଇ ରଖିବାକୁ ଗଣମାଧ୍ୟମ ଆଗରେ ଯୁବପୀଢିକୁ ସୂଚିତ କରିଛନ୍ତି ଡିସିପି ପ୍ରତୀକ ସିଂ ।

Advertisement

Leave a Reply

Your email address will not be published. Required fields are marked *