Pratidin TV

Odisha's Digital News Platform

ବର୍ଷାରେ ଭାସିବ ଓଡିଶା : ପଶ୍ଚିମ ଝଡର ପ୍ରଭାବରେ ୧୩ ଜିଲ୍ଲାକୁ ଜାରିହେଲା ସତର୍କ ସୂଚନା ..

ଭୁବନେଶ୍ୱର : ସକାଳୁ ସକାଳୁ ରାଜ୍ୟରେ ବଦଳିଛି ପାଣିପାଗ । ପଶ୍ଚିମ ଝଡର ପ୍ରଭାବ ଫଳରେ ଆଜିଠୁ ରାଜ୍ୟରେ ଘଡଘଡି ସହ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ । ସକାଳୁ ଓଡିଶାର ଅନେକ ଜିଲ୍ଲାରେ ଅନ୍ଧାରିଆ ପାଗ ସହ ହାଲକା ପବନ ମଧ୍ୟ ଅନୁଭବ ହୋଇଛି ।

ଆଜିଠୁ ୧୮ ତାରିଖଯାଏଁ ରାଜ୍ୟରେ ଏଭଳି ପାଗ ଲାଗିରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଏନେଇ ଆଜି ରାଜ୍ୟର ୧୩ ଜିଲ୍ଲାକୁ ୟେଲୋ ୱାଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଂଜ, ଢେଙ୍କାନାଳ, ଅନୁଗୋଳ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି,କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ା।ଏସବୁ ଜିଲ୍ଲା ଗୁଡିକରେ ଘଡଘଡି ସହ ବର୍ଷା ହେବାର ସମ୍ବାବନା ରହିଛି । ୧୬ ତାରିଖରୁ ବର୍ଷାରୁ ପରିମାଣ ବଢିବା ସହ ୧୭ ତାରିଖରୁ ସାରା ରାଜ୍ୟରେ ଝଡବର୍ଷା ହେବ ।

ତେବେ ୧୬ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଂଜ ସମ୍ବଲପୁର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କାଳବୈଶାଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ଉତ୍ତର ଉପକୂଳର କିଛି ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ବର୍ଷା ହେବାର ଆଶଙ୍କା ରହିଛି।

ସେହିପରି ୧୭ ତାରିଖରେ ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା,ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କାଳବୈଶାଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି।
୧୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା କାଳବୈଶାଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି।ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆଜିଠୁ ୧୮ ତାରିଖ ପର‌୍ୟ୍ୟନ୍ତ ବର୍ଷା ସହ କାଳ ବୈଶାଖା ହେବାର ସମ୍ଭାବନା ରହିଛି।

ଏନେଇ ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୟେଲୋ ୱାଣିଂ ଜାରିକରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଘଡିଘଡି ବର୍ଷା ସହ ପବନ ବହିବା ଯୋଗୁ ଲୋକଙ୍କୁ ଆଗୁଆ ସତର୍କ କରାଇଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *