Pratidin TV

Odisha's Digital News Platform

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ୍ ମାମଲା : ହାଇକୋର୍ଟରୁ ସ୍ୱାମୀ ଜଗବନ୍ଧୁକୁ ମିଳିଲା ଜାମିନ୍

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ୍ ମାମଲାରେ ସାମ୍ନାକୁ ଆସିଲା ବଡ ଅପଡେଟ୍ । ଖୁବ୍‌ଶୀଘ୍ର ଜେଲରୁ ମୁକୁଳିବ ଜଗବନ୍ଧୁ , ମିଳିଲା ଜାମିନ୍ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ୱାମୀ ଜଗବନ୍ଧୁ ନାଁରେ ୩ ଟି ମାମଲା ରହିଥିବା ବେଳେ , ଆଜିି ସେଥିôୁ ଗୋଟିଏରୁ ସର୍ତମୂଳକ ଜାମିନ୍ ପାଇଛି ଜଗବନ୍ଧୁ ।

ପୂର୍ବରୁ ବେଆଇନ ଅର୍ଥକାର ବାର ମାମଲାରେ ନାଗ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ ହୋଇଥିଲେ । ଏହାସହ ଜଗବନ୍ଧୁ ନାମରେ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଅଭିଯୋଗ ଆଣିଥିଲେ । ନୟାପଲ୍ଲୀ ଥାନା ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ମୋଟ ୨ଟି କେସ୍ ରହିଛି । ଆଜି ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ମାମଲାରେ ଜଗବନ୍ଧୁକୁ ଜାମିନ ମିଳିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *