Pratidin TV

Odisha's Digital News Platform

ଅସୁସ୍ଥ ହେଲେ ‘ୟେ ରିସ୍ତା କ୍ୟା କେହେଲାତା ହେ’ ଫେମ୍ ଅଭିନେତ୍ରୀ ଶିବାଙ୍ଗୀ ଜୋଶୀ ; କିଡନୀ ଇନଫେକ୍ସନ ଯୋଗୁ ..

1 min read

ମୁମ୍ବାଇ : ୟେ ରିସ୍ତା କ୍ୟା କେହେଲାତା ହେ ଫେମ୍ ଶିବାଙ୍ଗୀ ଜୋଶୀ ନିକଟରେ ନିଜ ଇଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ହସ୍ପିଟାଲ ବେଡ୍ରେ ନଜର ଆସିଛନ୍ତି । ସେ ନିଜେ ହିଁ ନିଜ ଅସୁସ୍ଥତାର ଖବର ସୋସିଆଲ ମିଡିଆ ଜରିଆରେ ନିଜ ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି । ତେବେ ସଭିଙ୍କ ପ୍ରିୟ ନାଏରା (ଶିବାଙ୍ଗୀ)ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ କିଡନୀ ଇନଫେକ୍ସନ ଯୋଗୁଁ କିଛି ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ଶିବାଙ୍ଗୀଙ୍କ ଏଭଳି ଫଟୋ ପ୍ରଶଂସକମାନଙ୍କ ସାମ୍ନାକୁ ଆସିବା ପରେ , ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବଂ ଅନେକ ଅଭିନେତା,ଅଭିନେତ୍ରୀଙ୍କ ସହ ପ୍ରଶଂସକମାନେ ମଧ୍ୟ ତାଙ୍କ କମେଣ୍ଟ ବକ୍ସରେ କମେଣ୍ଟ ଦେଇ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଛନ୍ତି ।ଶିବାଙ୍ଗୀ ନଜ ଇଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ଏକ ଆଙ୍ଗୁଠି ଉଠାଇ ଦେଖାଇଛନ୍ତି ।

https://www.instagram.com/p/Cp0HImOSli8/?utm_source=ig_web_copy_link

ଏହାଦ୍ୱାରା ସେ ନିଜ ପ୍ରଶଂସକମାନଙ୍କୁ କହିଦେବାକୁ ଚାହୁଛନ୍ତି ଯେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୂର୍ବ ଅପେକ୍ଷା ଭଲ ଅଛି ।
ଶିବାଙ୍ଗୀ ଅଭିନୟ ଜଗତରେ ଶିଶୁ ତାରାକା ଭାବେ ପାଦ ଦେଇଥିଲେ । କିନ୍ତୁ ତାଙ୍କ ଅଭିନୟ ଲୋକମାନଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ ପରେ ପରେ ତାଙ୍କୁ ଅନେକ ସିରିଏଲ , ମୁ୍ୟଜିକ୍ ଭିଡିଓ ଗୁଡିକରେ ଅଫର ମିଳିଥିଲା । ଜିନେ୍ଦଗୀ ଆଖ୍ ମିଚୋଲି , ବେଇନ୍ତିହା,ଲଭ୍ ବାଏ ଚାନ୍ସ,ବେଗୁସରାଏ,ପ୍ୟାର ତୁନେ କୟା କିଆ,ୟେ ରିସ୍ଥା କୟା କେହେଲାତା ହେ , ଖତୋରେକେ ଖିଲାଡି ଭଳି ଅନେକ ହିଟ୍ ଟିଭି ଶୋରେ ଶିବାଙ୍ଗୀ ନଜର ଆସିଥିଲେ ଆଉ ନିଜ ଅଭିନୟର ଛାପା ପ୍ରଶଂସକମାନଙ୍କ ମନରେ ଛାଡିଦେଇ ଯାଇଥିଲେ । ୟେ ରି ରିସ୍ତା କୟା କେହେଲାତାହେରେ ‘ନାଏରା’ଭାବରେ ପ୍ରଶଂସକଙ୍କୁ ନିଜ ଅଭିନୟରେ ଖୁବ୍ ପ୍ରଭାବିତ କରିଥିଲେ ଶିବାଙ୍ଗୀ ।

Leave a Reply

Your email address will not be published. Required fields are marked *