ଡାକ୍ତରଙ୍କ ଅବହେଳା ଯୋଗୁଁ ଆଖିବୁଜିଲା ୩ ବର୍ଷର ନିରୀହ ଶିଶୁ..
1 min readବଲାଙ୍ଗୀର : ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ଜୀବନ । ବିଛଣାରେ ପଡ଼ି ଛଟପଟ ହେଉଥିଲା ରୋଗୀ। ହେଲେ ଆସିଲେନି ଡ଼ାକ୍ତର । ଫଳରେ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ହସ୍ପିଟାଲ ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ ପୁଇତଲା ଥାନା ଅନ୍ତର୍ଗତ ବୁବେଲ ଗ୍ରାମ ର ଗୋପାଳ ନାଏକ ଙ୍କ ତିନି ବର୍ଷର ପୁଅ ମୃତ୍ୟୁଞ୍ଜୟ ନାଏକଙ୍କୁ ଗତ ୧୩ ତାରିଖରେ ଭୀମଭୋଇ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଝାଡା ଓ ସାମାନ୍ୟ ବାନ୍ତି ହେଉଥିବା ବେଳେ ଡ଼ାକ୍ତର ବିଶେଷ କିଛି ଗୁରୁତର ହୋଇ ନାହିଁ ବୋଲି କହିଥିଲେ । କିନ୍ତୁ ଡ଼ାକ୍ତର ଙ୍କ ମନମୁଖୀ ଯୋଗୁଁ ତାଙ୍କର ପୁଅର ଅବସ୍ଥା ଧୀରେ ଧୀରେ ବିଗିଡି ବାରେ ଲାଗିଥିଲା ବୋଲି କହିଥିଲେ ଗୋପାଳ ନାଏକ ।
ବାରମ୍ବାର ଡାକ୍ତର ଓ ନର୍ସ ମାନଙ୍କୁ ଅନୁରୋଧ କଲା ସତ୍ତ୍ୱେ ସେମାନେ ଚିକିତ୍ସା କରିବାକୁ ଆସିଲେ ନାହିଁ । ଫଳରେ ତାଙ୍କର ପୁଅର ଜୀବନ ଚାଲି ଯାଇଥିବା ସେ ଅଭିଯୋଗ କରିଥିଲେ । ଏହି ଘଟଣା କୁ ନେଇ ମୃତକଙ୍କ ପରିଜନ ଲୋକେ ଉତ୍ତେଜନା ପ୍ରକାଶ କରିଥିବା ବେଳେ ହସ୍ପିଟାଲ ଭିତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ଏଠି ପ୍ରଶ୍ନବାଚି ସୃଷ୍ଟି କରେ ଯେ ଏହି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏଭଳି ଘଟଣା ପ୍ରଥମ ନୁହଁ ବରଂ ବାରମ୍ବାର ଘଟୁଛି ଏମିତି ଘଟଣା କେବେ ତେଜିବ ପ୍ରଶାସନ ତାହା ଦେଖିବାକୁ ବାକି ରହିଲା ।