Pratidin TV

Odisha's Digital News Platform

ଦୁର୍ବୁତଙ୍କ ଉନ୍ମତ କାଣ୍ଡ : ପୋଲିସ ଉପରକୁ ବୋମାମାଡ କରି ବନ୍ଧାହେଲେ ୫ ଜଣ ..

1 min read

ବ୍ରହ୍ମପୁର : ବ୍ରହ୍ମପୁରରେ ଆଗକୁ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା ଆସୁଥିବା ବେଳେ ବ୍ରହ୍ମପୁର ସହର ଅଶାନ୍ତ ଆଡକୁ ଗତି କରୁଥିବା ଦେଖିବାକୁ ମିଳୁଛି ଯାହାକି ଆଗାମୀ ଦିନରେ ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରିବ ।

ସୂଚନା ଥାଉଁକି ପୋଲିସ ଉପରକୁ ଦୁର୍ବୁତ୍ତ ଙ୍କ ବୋମାମାଡ଼ ଘଟଣା ଅଞ୍ଚଳ ରେ କୋକୁଆ ଭୟ ଖେଳି ଯାଇଛି । ବ୍ରହ୍ମପୁରରେ ନାନା ପ୍ରକାର ଆତଙ୍କ ଦେଖାଯାଇଥିଲା କିନ୍ତୁ ଆଜି ବ୍ରହ୍ମପୁରରେ ଯାହା ଘଟିଛି ତାହା ସମସ୍ତ ପୋଲିସ ପାଇଁ ମୁଣ୍ଡବଥା ପାଲଟିଯାଇଛି । ବ୍ରହ୍ମପୁର ପୋଲିସ ଏବଂ କିଛି ଦୁର୍ବୁତ୍ତ ମୁହାଁମୁହିଁ ହେବା ପରେ ଏପରି ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ଘଟିଛି ବଡ଼ ବଜ଼ାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ । ପୋଲିସ ଘଟଣା ସ୍ଥଳରେ ୨ ମହିଳା ଓ ୩ ଜଣ ପୁରୁଷଙ୍କୁ ଗିରଫ୍ କରିୁଥିବା ବେଳେ ସେମାନଙ୍କ ଠାରୁ ଗଞ୍ଜେଇ ସହ କିଛି ବିସ୍ପୋରକ ସାମଗ୍ରୀ ଜବତ୍ କରିଛି ।

Advertisement

ଏହି ୫ ଜଣ ଅଭିଯୁକ୍ତ ଗୋଟିଏ ଘରେ ରହୁଥିବା ବେଳେ ଆଉ ଏକ ଘରେ ଗଞ୍ଜେଇ ସହ କିଛି ବିସ୍ପୋରକ ସାମଗ୍ରୀ ମଧ୍ୟ ଜବତ୍ କରିଥିଲା ପୋଲିସ । ଏହାପରେ ବୋମା ନିଷ୍କ୍ରିୟକାରୀଙ୍କୁ ଡକାଯିବା ପରେ ସେମାନେ ସେହି ସ୍ଥାନଗୁଡିକରେ ବୋମା ଖୋଜିବା ଆରମ୍ଭ କରିଦେଇଥିଲେ । ଠିକ୍ ସେହି ସମୟରେ ଏକ ବୋମା ସେଠାରେ ଫୁଟିଯାଇଥିବା ବେଳେ ନିଷ୍କ୍ରିୟକାରୀ ଦଳର ଜଣେ ଆହତ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *