Pratidin TV

Odisha's Digital News Platform

ସର୍ବସାଧାରଣରେ ସ୍କୁଲ କମିଟି ସଭାପତିଙ୍କୁ ଚାପୁଡ଼ା ମାରିଲେ ବିଡ଼ିଓ ! ଭାଇରାଲ ହେଲା ଭିଡିଓ ..

1 min read

ଭଦ୍ରକ : ସ୍କୁଲକମିଟି ସଭାପତିଙ୍କୁ ଚାପୁଡ଼ା ମାରିଲେ ବିଡ଼ିଓ। ଗ୍ରାମବାସୀଙ୍କ ଉପସ୍ଥିତିରେ ମାଡ଼ ମାରିଛନ୍ତି । ବିଦ୍ୟାଳୟରେ ୫ ଟି କାର୍ଯ୍ୟକୁ ସ୍ଥଗିତ ନରଖିବା ଓ ବଦଳି ହୋଇଥିବା ଶିକ୍ଷକଙ୍କୁ ପୁନଃ ଅବସ୍ଥାପିତ କରିବା ଦାବିରେ ଆଲୋଚନା ବେଳେ ଉତ୍ୟକ୍ତ ହୋଇ ବର୍ତ୍ତମାନଙ୍କୁ ହାତଉଠାଇଛନ୍ତି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଡ଼ିଓ ପ୍ରଦୀପ ସେଠୀ ମାଡ଼ ମାରୁଥିବା ଭିଡ଼ିଓ ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି ।

ସୂଚନା ଅନୁଯାୟୀ ବନ୍ତ ବ୍ଲକ ସିଆଳି ଆବିଦ୍ୟାଳୟରେ ୫ଟି କାର୍ଯ୍ୟ ସ୍ଥଗିତ ହୋଇଥିଲା , ଯାହାକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ଥାନୀୟ ବାସିନ୍ଦା। ପୁଣି ଶିକ୍ଷକ ବଦଳି ବାତିଲ ପାଇଁ ମଧ୍ୟ ଅନୁରୋଧ କରିଥିଲେ। କିନ୍ତୁ ଆଜି ବିଡ଼ିଓ ଓ କେଟୱକ ଅଧିକାରୀ ସିଆଳିଆ ସ୍କୁଲକୁ ଯାଇଥିବା ବେଳେ ସ୍କୁଲ କମିଟି ସଦସ୍ୟ ଉପସ୍ଥିତ ଥିଲେ। ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ବଦଳି ଓ ୫ଟି କାର୍ଯ୍ୟର ପ୍ରସଙ୍ଗକୁ ନେଇ ବିଡ଼ିଓ ପ୍ରଦୀପ ସେଠୀ ଏବଂ ସ୍କୁଲ କମିଟି ସଭାପତି ରଞ୍ଜନ ବାରିକଙ୍କୁ ଚାପୁଡ଼ା ମାରିଥିଲେ।

Advertisement

ଘଟଣା ସ୍ଥଳରେ ଉତ୍ତେଜନାକୁ ଦେଖି ବିଡ଼ିଓ ଅନ୍ୟମନେ ଘଟଣା ସ୍ଥଳରୁ ପଳାଇଯାଇଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଥିବା ଜନସାଧାରଣଙ୍କ ମଧ୍ୟରୁ କେହି ସମୃକ୍ତ ଘଟଣା ସମୟର ଭିଡିଓକୁ ରେକଡିଂ କରିଦେଇଥିଲା । ଯାହ ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି । ତେବେ ଏପର୍ଯ୍ୟନ୍ତ ବିଡିଓଙ୍କର ସମୃକ୍ତ ଘଟଣା ବାବଦରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *