Pratidin TV

Odisha's Digital News Platform

ଭାଇରାଲ ହେଉଛି ପାଣ୍ଡେ ପରିବାରର ଡାନ୍ସ ଭିଡିଓ: ବାପା ଓ ଭାଇଙ୍କ ସହ ‘ସାତ ସମନ୍ଦର’ରେ ଠୁମ୍‌କା ଲଗାଇଲେ ଅନନ୍ୟା ..

1 min read

ମୁମ୍ବାଇ : ବଲିଉଡ୍‌ରେ ଚାଲିଛି ସାଦିର ଟ୍ରେଣ୍ଡ । ବର୍ତ୍ତମାନ ପାଣ୍ଡେ ପରିବାରରେ ଚାଲିଛି ଖୁସିର ମାହୋଲ । ଯେଉଁଥିରେ ବଲିଉଡ୍‌ର ଛୋଟଠୁ ଆରମ୍ଭ କରି ଅନେକ ନାମିଦାମୀ ଷ୍ଟାର ମାନେ ମଧ୍ୟ ସାମିଲ ହୋଇଛନ୍ତି । ଚଙ୍କି ପାଣ୍ଡେଙ୍କ ଭାଇ ଚିକି ପାଣ୍ଡେଙ୍କ ଝିଅ ଆଲାନାଙ୍କ ବିବାହ ହୋଇଛି ।

ଆଜି ଆଲାନଙ୍କ ବିବାହର ଅନେକ ଗୁଡିଏ ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ସେଥିମଧ୍ୟରୁ ଗୋଟେ ଭିଡିଓ ୟୁଜର୍ସମାନଙ୍କୁ ଖୁବ୍ ପସନ୍ଦ ଆସିଛି । ଆଲାଙ୍କ ସଙ୍ଗୀତରେ ଭଉଣୀ ଅନନ୍ୟା ଓ ଭାଇ ଅହାନ ପାଣ୍ଡେ ବଲିଉଡ୍ ହିଟ୍ ସଙ୍ଗ ‘ସାତ ସମନ୍ଦର ପାର’ ଗୀତରେ ନାଚୁଥିବାର ନଜର ଆସିଥିଲେ ।

Advertisement
https://www.instagram.com/reel/Cp4DsEFAGbo/?utm_source=ig_web_copy_link

ଏହା ସହ ଝିଅ ଓ ପୁଅଙ୍କ ସହ ଯୋଗ ଦେଇ ବାପା ଚଙ୍କି ପାଣ୍ଡେ ମଧ୍ୟ ଗୀତରେ ଜବରଦସ୍ତ ଏଣ୍ଟ୍ରି କରିଛନ୍ତି । ଚଙ୍କିଙ୍କ ଏଭଳି ଦମଦାର ଏଣ୍ଟ୍ରିକୁ ୟୁଜର୍ସ ମାନେ ଖୁବ୍ ପ୍ରଶଂସା କରିଛନ୍ତି । ଚଙ୍କୁ ପାଣ୍ଡେ ହ୍ୱାଇଟ୍ ପ୍ୟାଣ୍ଟ ସାର୍ଟ ସହ ନିଅନ୍ କଲରର ବ୍ଲେଜରରେ ନଜର ଆସିବା ବେଳେ ଝିଅ ଅନନ୍ୟ । ସିଲଭର ଲାଇଟ୍ ସ୍କାଏ ମିଶା ସାଢିରେ ଷ୍ଟେଜରେ ନିଆଁ ଲଗାଇଥିଲେ ।

https://www.instagram.com/reel/Cp4WaGnhL6t/?utm_source=ig_web_copy_link

Leave a Reply

Your email address will not be published. Required fields are marked *