Pratidin TV

Odisha's Digital News Platform

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା : ଦମ୍ ଦେଖାଇଲେ ରବିନ୍ଦ୍ର ଓ ରାହୁଲ , ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ ..

1 min read

ମୁମ୍ବାଇ : ଶୁକ୍ରବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ୩୫ ଓଭର ୪ଟି ବଲରେ ମାତ୍ର ୧୮୮ ରନ୍ କରି ସମସ୍ତ ୱିକେଟ୍ ହରାଇ ଥିଲା ଟିମ୍ ଅଷ୍ଟ୍ରେଲିଆ ।

ମ୍ୟାଚ୍‌ରେ ପ୍ରଥମେ ଟିମ ଇଣ୍ଡିଆର ଦୁଇ ମହମ୍ମଦ କମାଲ କରିଥିଲେ। ମହମ୍ମଦ ସିରାଜ ଓ ମହମ୍ମଦ ଶାମି ମିଳିତ ଭାବେ ୬ ୱିକେଟ ଦଖଲ କରିବା ସହ ଅଷ୍ଟ୍ରେଲିଆର ରନ ହାରରେ ବ୍ରେକ ଲଗାଇ ଦେଇଥିଲେ। ଜାଡେଜା ମଧ୍ୟ ବୋଲିଂରେ ନିଜର କଳା ଦେଖାଇ ୨ଟି ୱିକେଟ ଦଖଲ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ସଫଳତା ପାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ୮୧ ରନର ଇନିଂସ ଖେଳିଥିଲେ ମଧ୍ୟ ପୂରା ଟିମ ୩୫.୪ ଓଭରରେ ୧୮୮ ରନ କରି ଅଲଆଉଟ ହୋଇଯାଇଥିଲା।

Advertisement
rabindra jadeja – k.l rahul

ଅନ୍ୟପଟେ ଟିମ୍ ଇଣ୍ଡିଆ ଟିମ୍ ଇଣ୍ଡିଆ ଛୋଟ ବିଜୟ ଲକ୍ଷ୍ୟ ପାଇଁ ପ୍ରାରମ୍ଭିକ ବିପର୍ଯ୍ୟୟକୁ ଏଡାଇବା ସହ ବହୁ ପରିଶ୍ରମ କରି ମ୍ୟାଚ୍ ଜିତିଛି ।ଏପରିକି ରାତିରେ ବ୍ୟାଟିଂ ସମୟରେ ମଧ୍ୟ ଟିମ୍ ଇଣ୍ଡିଆକୁ ଝାଳବୁହା ପରିଶ୍ରମ କରିବାକୁ ପଡିଛି । ଭାରତକୁ ପରାଜୟ ମୁହଁରୁ ବାହରକରି କେଏଲ.ରାହୁଲ ଏବଂ ରବିନ୍ଦ୍ର ଜାଡେଜା ୫ ୱିକେଟ୍‌ରେ ବିଜୟ ହାସଲ କରିଛନ୍ତି । ୧୮୯ ରନ୍ ବିଜୟ ଲକ୍ଷ୍ୟକୁ ଭାରତ ୬୧ ବଲ୍ ପୂର୍ବରୁ ହାସଲ କରିନେଇଥିଲା । ୧୦ ଓଭର ପୂର୍ବରୁ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । କେଏଲ୍ ରାହୁଲ ୬୫ ବଲ୍ରେ ୮୧ ରନ୍ କରି ଅପରାଜିତ ରହିଥିଲେ । ଦୁଇଟି ୱିକେଟ୍ ନେବା ସହ ଅପରାଜିତ ୪୫ ରନ୍ କରିଥିବା ରବୀନ୍ଦ୍ର ଜାଡେଜାଙ୍କୁ ପ୍ଲେୟାର୍ ଅଫ୍ ମ୍ୟାଚ୍ ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *