Pratidin TV

Odisha's Digital News Platform

ସାଇକେଲରେ ଆଶାଙ୍କ ଭାରତ ଯାତ୍ରା : ମହିଳା ସୁରକ୍ଷା ଏଵଂ ମହିଳା ସଶକ୍ତିକରଣ ପାଇଁ ସାଇକେଲରେ ଦେବେ ସାରା ଦେଶକୁ ବାର୍ତ୍ତା..

1 min read

ଭଦ୍ରକ : ମହିଳା ସୁରକ୍ଷା ଏଵଂ ମହିଳା ସଶକ୍ତିକରଣ ପାଇଁ ସାଇକେଲରେ ଭାରତ ଯାତ୍ରା। ମଧ୍ୟପ୍ରଦେଶର ରାଜଗର ଜିଲ୍ଲାର ନାଟାରାମ ଗାଁର ଯୁବତୀ ଆଶା ମାଲଭିଆ ସାଇକେଲରେ ଭାରତଯାତ୍ରା ଆରମ୍ଭ କରିଛନ୍ତି। ଆଶା ମାଲଭିଆ ଜଣେ ଜାତୀୟ ଖେଳାଳି ଏବଂ ପର୍ବତାରୋହୀ (ବୁକ୍ ଅଫ୍ ରେକର୍ଡ ଧାରକ)। ଏକକ ସାଇକେଲ ଚାଳକ ୨୮ଟି ରାଜ୍ୟର ୨୫ହଜାର କିଲୋମିଟର ଅଲ ଇଣ୍ଡିଆ ସାଇକେଲ ଯାତ୍ରା କରିବାକୁ ଵାହାରିଛନ୍ତି।

Advertisement

ମହିଳା ସୁରକ୍ଷା ଏଵଂ ମହିଳା ସଶକ୍ତିକରଣ ପାଇଁ ତାଙ୍କର ଏହି ସାଇକେଲ ଯାତ୍ରା ଗତ ନଭେମ୍ବର ୧ ତାରିଖରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରୁ ଆରମ୍ଭ କରିଥିଲେ। ଅଦ୍ୟାବଧି ୧୦ଟି ରାଜ୍ୟ ୧୦୩୩୦ KM ଅତିକ୍ରମ କରି ସାଲେଣି। ଓଡିଶା ମୋର ୧୧ ତମ ରାଜ୍ୟ ଵୋଲି ସେ କହିଛନ୍ତି।

ଇତି ମଧ୍ୟରେ ସେ ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ପରେ ଓଡ଼ିଶାରେ ପହଞ୍ଚିଛନ୍ତି। ଆଜି ଭଦ୍ରକରେ ଆସି ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ପ୍ରତ୍ୟେକ ଦିନ ୧୦୦ ରୁ ୧୩୫ କିମି ସାଇକେଲ ଯାତ୍ରା କରିଥାଆନ୍ତି। ରାତିରେ ତାଙ୍କୁ ସମସ୍ତ ସ୍ଥାନରେ ପୋଲିସ ଅଧିକାରୀ ମାନେ ସହାୟତା କରିଥାଆନ୍ତି।

Leave a Reply

Your email address will not be published. Required fields are marked *