Pratidin TV

Odisha's Digital News Platform

ଅମିତ ଶାହାଙ୍କୁ ଭେଟିଲେ ସାଉଥ୍ ସୁପରଷ୍ଟାର ‘ଚିରଞ୍ଜୀବି ଓ ପୁଅ ରାମ ଚରଣ’

1 min read

ନୂଆଦିଲ୍ଲୀ : ଓସ୍କାର ଜିତିବା ପରେ ଅମିତ ଶାହାଙ୍କୁ ଭେଟିଲେ ରାମ ଚରଣ । ସୁପରହିଟ୍ ଫିଲ୍ମ ‘ଆରଆରଆର ଚଳଚ୍ଚିତ୍ରର ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ଜିତିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ଏହି ସମୟରେ ରାମ ଚରଣ ଏବଂ ତାଙ୍କ ବାପା ଚିରଞ୍ଜୀବି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ଯାହାର ଏକ ଭିଡିଓ ସାମ୍ନାକୁ ଏବେ ଆସିଛି । ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ରାମ ଚରଣ ଅମିତ ଶାହାଙ୍କୁ ସ୍ୱାଗତ କରୁଛନ୍ତି ।

ରିପୋର୍ଟ ଅନୁଯାୟୀ ଅମିତ ଶାହାଙ୍କ ପରେ ରାମ ଚରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବେ । ଅନ୍ୟପଟେ,ରାମ ଚରଣ ଯେତେବେଳେ ଓସ୍କାର ଜିତିବା ପରେ ଦେଶକୁ ଫେରିଥିଲେ, ସେତେବେଳେ ତାଙ୍କ ପ୍ରଶଂସକମାନେ ତାଙ୍କୁ ସ୍ୱାଗତ କରିଥିଲେ । ଚିରଞ୍ଜୀବୀ ତାଙ୍କ ଟ୍ୱିଟର ଆକାଉଂଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ତାଙ୍କର ବୈଠକର ଚିତ୍ର ସେୟାର କରି କ୍ୟାପସନରେ ଲେଖିଛନ୍ତି, ଏକ ସଫଳ ଓସ୍କାର ଅଭିଯାନ ପାଇଁ ଟିମ୍ ଆରଆରଆର ରାମଚରାଣଙ୍କୁ ଅଭିନନ୍ଦନ ଏବଂ ଭାରତୀୟ ପ୍ରଡକ୍ସନ ପାଇଁ ପ୍ରଥମ ଓସ୍କାର ଘରକୁ ଆଣିଛି । ଆଶୀର୍ବାଦ ପାଇଁ ଧନ୍ୟବାଦ ଅମିତ ଶାହା ଜୀ । ଏହି ଅବସରରେ ଉପସ୍ଥିତ ଥିବାରୁ ବହୁତ ଖୁସି ଅନୁଭବ କରୁଛି । ଅନ୍ୟପଟେ ସାଉଥ ଅଭିନେତା ରାମ ଚରଣଙ୍କୁ ହାଇଦ୍ରାବାଦରେ ପହଂଚିବା ପରେ ତାଙ୍କ ପ୍ରଶଂସକମାନେ ସ୍ୱାଗତ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *