Pratidin TV

Odisha's Digital News Platform

ଭଲ ପାଇ ବିବାହ କରିବା ଝିଅକୁ ସାଜିଲା କାଳ : ଜାତି ନିନ୍ଦା ସହିନପାରି ହାରିଲା ଜୀବନ

1 min read

ଭଦ୍ରକ : ‘ମୁଁ ତୁମକୁ ବହୁତ ଭଲ ପାଏ ତୁମ ବିନା ମୁଁ ବଞ୍ଚି ପାରିବିନି ଜାତି ଗୋତ୍ର ଯାହା ହେଉ ନା କାହିଁକି ତୁମକୁ ଛାଡ଼ି ମୁଁ ବଞ୍ଚି ପାରିବିନି’ ଏହା ଦିନ କହୁଥିଲା ସେହି ନିଷ୍ଠୁର ସ୍ୱାମୀ । କିନ୍ତୁ ସେ ସବୁକୁ ଭୁଲି ଯାଇ ବିବାହ ପରେ ନିଜ ସ୍ତ୍ରୀ ଜାତିକୁ ନେଇ ଟାହି ଟାପରା କରୁଥିଲା ଏହି ଅଲାଯୁକ ସ୍ୱାମୀ । ଦିନେ ଜାତି ଗୋତ୍ରକୁ ଖାତିର ନକରି ହାତ ଧରିଥିଲା ସାତଜନ୍ମ ପାଇଁ କିନ୍ତୁ ସମୟର ଚକ୍ରାନ୍ତରେ ଭୁଲିଗଲା ନିଜର ଭଲପାଇବାକୁ । ପରିବାର ସହ ମିଶି ସେବି କଲା ନିଜ ସ୍ତ୍ରୀର ପରିହାସ । ଶେଷରେ ସହିନପାରି ନିଜ ଜୀବନ ହାରିଲା ସ୍ତ୍ରୀ ।

ମିଳିଥିବା ସୂଚନା ଅନୁଯାଇ ଭଦ୍ରକ ଜିଲ୍ଲା କୁଆସ ଅଞ୍ଚଳର ସାବିତ୍ରୀ ମୁଖିଙ୍କ ଝିଅ ଅନୁସୟା ମୁଖି ବିଗତ ଦୀର୍ଘ ଦିନ ହେବ ପିରହାଟ ଅଂଚଳର ବ୍ରମାନନ୍ଦ ଦାସଙ୍କ ପୁତ୍ର ମନୋଜ ଦାସଙ୍କୁ ଭଲ ପାଉଥିଲେ । ଝିଅଙ୍କ ପରିବାର ନୀଚ ଜାତି ହୋଇଥିବାରୁ ଓ ପୁଅଙ୍କ ପରିବାର ବ୍ରାହ୍ମଣ ଜାତିର ହୋଇଥିବାରୁ ପୁଅଙ୍କ ପରିବାର ଲୋକେ ଏହି ବିବାହକୁ ଅତି ସହଜରେ ଗ୍ରହଣ କରିପାରିନଥିଲେ । ଏନେଇ ଦୁହେଁ ରେଜିଷ୍ଟି ମ୍ୟାରେଜ୍ କରିଥିଲେ । ଘରେ ଦୁହିଁଙ୍କୁ ପ୍ରଶୟ ନମିଳିବାରୁ ଶେଷରେ ବାଧ୍ୟ ହୋଇ ଦୁଇଜଣ ଭଦ୍ରକରେ ଏକ ଘର ଭଡ଼ା ନେଇ ରହୁଥିଲେ । କିଛି ଦିନ ପରେ ଭଦ୍ରକର ମୁଖ୍ୟ ଚିକିତ୍ସାଳୟରେ ବୋହୂ ଅନୁସୟାକୁ ଷ୍ଟାଫ ନର୍ସ ଭାବେ ଚାକିରୀ ମିଳିବାରୁ ପୁଅର ମା ଧନ ସମ୍ପତିକୁ ଲୋଭ କରି ଦୁଇ ଜଣକୁ ବୁଝା ସୁଜା କରି ଘରକୁ ନେଇ ଥିଲେ ।

Advertisement

କିଛି ଦିନ ବେଶ୍ ଭଲରେ କଟିବା ପରେ ଝିଅର ଚାକିରୀ ଟଙ୍କାକୁ ଲୋଭ କରି ଶଶୁ ଘର ଲୋକେ ପୁଣି ଅନୁସୟାର ଜାତିକୁ ନିନ୍ଦା କରିବା ସହ ଯୌତୁକ ପାଇଁ ନିର୍ଯ୍ୟତନା ମଧ୍ୟ ଆରମ୍ଭ କରିଦେଇଥିଲେ । ଏହା ଅନେକ ଦିନ ଚାଲିବାପରେ ଶେଷରେ ନିରାଶୟ ହୋଇ ଅନୁସୟା ଦିନେ ନିଜ ଡ୍ୟୁଟିରୁ ଫେରି ବିଷପିଇ ଆତ୍ମହତ୍ୟା କରିଥିଲା ।ଏହି ଘଟଣାକୁ ନେଇ ଝିଅର ପରିବାର ଲୋକେ ଭଦ୍ରକ ଟାଉନ ଥାନରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଆଜକୁ ୨୦ ଦିନ ବିତି ଯାଇଥିଲେ ମଧ୍ୟ୍ୟ ଭଦ୍ରକ ଟାଉନ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନ ନେଇଥିବାରୁ ଝିଅର ମା ଓ ଭାଇ ଶେଷରେ ନିରାଶ ହୋଇ ଭଦ୍ରକ ଏସପିଙ୍କୁ ଗୁହାରି କରିଛନ୍ତି। ଭଦ୍ରକ ଏସପି ମଧ୍ୟ୍ୟ ଏସବୁ ଘଟଣା ଜାଣିବା ପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *