Pratidin TV

Odisha's Digital News Platform

ପାଗଳାମି ନା ବନ୍ଧୁତ୍ୱର ନିଆରା ସମ୍ପର୍କ : ସାଙ୍ଗର ମୃତ୍ୟୁ ଖବର ଶୁଣି ସାଙ୍ଗର ଆତ୍ମହତ୍ୟା ଉଦ୍ୟମ

1 min read

ଜଳେଶ୍ୱର : ବର୍ତ୍ତମାନ ସମୟରେ ସାଙ୍ଗ ସାଙ୍ଗ ସହ ବିଶ୍ୱସ ଘାତ କରୁଥିବା ବେଳେ ଏହି ବନ୍ଧୁତ୍ୱର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ । ଆଜି ଦୁନିଆରେ ସାଙ୍ଗ ନିଜର ସ୍ୱାର୍ଥ ହାସଲ ପାଇଁ ସାଙ୍ଗକୁ ମାରିବାକୁ ପଛାଉନାହିଁ ସାଙ୍ଗା କେବେ ଟଙ୍କା ପାଇଁ ତ ପୁଣି କେବେ ପ୍ରେମ ପାଇଁ ନିଜ ହାତରେ ସାଙ୍ଗର ଜୀବନ ନେଉଥିବା ଖବର ଶୁଣିବାକୁ ମିଳୁଥିବା ବେଳେ ,ସାଙ୍ଗର ମୃତ୍ୟୁ ଖବର ପାଇ ଆଉ ଜଣେ ସାଙ୍ଗ ଆତ୍ମହତ୍ୟା ଉଦ୍ୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଗୋଟେ ପଟେ ସାଙ୍ଗର ଶେଷକୃତ୍ୟ ପାଇଁ ପ୍ରସ୍ତୁତି ହେଉଥାଏ । ଅନ୍ୟ ପଟେ ସାଙ୍ଗର ବିୟୋଗ କୁ ଗ୍ରହଣ ନକରି ପାରି ଆଉ ଜଣେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଚମାରଗାଁ ଗ୍ରାମରେ । ଏହାକୁ ଆମେ ପାଗଳାମି କହିବା କି ଭଲପାଇବାର ଶେଷ ସୀମା ଜଣାନାହିଁ ।

jyotirmay bhuyan

ସାଙ୍ଗ ର ମୃତ୍ୟୁ ଖବର ପାଇ ଆଉ ଜଣେ ସାଙ୍ଗ ଆତ୍ମହତ୍ୟା ଉଦ୍ୟମ । ଉଭୟଙ୍କ ମଧ୍ୟରେ ବୟସର ବଡ ସାନ ଥିଲେ ମଧ୍ୟ ସେମାନେ ଏକାଠି ଖାଉଥିଲେ , ଏକାଠି ବୁଲୁଥିଲେ ,ଏକାଠି ଦୁହେଁ ମିଶି କାମ କରୁଥିଲେ , ଉଭୟ ଙ୍କ ନାମ ମଧ୍ୟ ସମାନ , କହିବାକୁ ଗଲେ ଦେହ ଦୁଇଟି ହେଲେ ଆତ୍ମା ଗୋଟାଏ । ଜଣେ ଜଣକୁ ନଦେଖିଲେ ମୁହୂର୍ତ୍ତ ଟିଏବି ରହି ପାରୁନଥିଲା । ଜଣେ ଜଣକୁ କେମିତି ଛାଡି ରହି ପାରିବ ଯେ । ଏଠି କିନ୍ତୁ ପ୍ରେମ ଆଗରେ ହାର ମାନିଲା ବନ୍ଧୁତ୍ୱ । ଜଣେ ପ୍ରେମ ପାଇଁ ଆତ୍ମହତ୍ୟା କରିଦେଲା ଆର ଜଣକ ସାଙ୍ଗର ମୃତ୍ୟୁ ଖବର ପାଇ ବିଷ ପିଇ ଦେଲା । ସୂଚନା ମୁତାବକ ଜଳେଶ୍ଵର ବ୍ଲକ ଚମାରଗାଁ ଗ୍ରାମର ଜ୍ୟୋତିର୍ମୟ ଭୂୟାଁ ଯୁବକଙ୍କ ମୃତ୍ୟୁ ଖବର ପାଇ ସେହି ଗ୍ରାମର ବନ୍ଧୁ ଜ୍ୟୋତିର୍ମୟ ଜେନା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯାହାକୁ ଉଭୟ ପରିବାରର ଲୋକେ ଭାଙ୍ଗି ପଡିଛନ୍ତି ।

Advertisement
jyotirmay jena

ତେବେ ଜ୍ୟୋତିର୍ମୟ ଭୂୟାଁ ସେହି ଗ୍ରାମର ଜୈନିକ ନାବାଳିକାକୁ ଭଲ ପାଉଥିଲେ । ଏ ବାବଦରେ ନାବାଳିକାଙ୍କ ପରିବାର ଲୋକେ ଜ୍ୟୋତିର୍ମୟ ଭୂୟାଁଙ୍କୁ ଡାକି ମାଡ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରେ ଜ୍ୟୋତିର୍ମୟ ଭୂୟାଁ ବିଷ ପିଇ ଆତ୍ମହତ୍ୟା କରିଥିବ ଅଭିଯୋଗ ହୋଇଛି । ଘଟଣା କୁ ନେଇ ରାଇବଣିଆ ଥାନା ଅଭିଯୋଗ ହୋଇଥିବା ବେଳେ ସଠିକ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର ଲୋକେ ।

ତେବେ ଜ୍ୟୋତିର୍ମୟ ଭୂୟାଁଙ୍କ ମୃତ ଘଟିଥିବା ଜାଣି ଜ୍ୟୋତିର୍ମୟ ଜେନା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସାଙ୍ଗର ଶତ୍କାର ଜ୍ୟୋତିର୍ମୟ ଜେନାଙ୍କୁ ଅନ୍ୟ ସାଙ୍ଗ ମାନେ ଖୋଜା ଖୋଜି କରିଥିଲେ , ସେତେବେଳେ କୁ ଜ୍ୟୋତିର୍ମୟ ଜେନା ବିଷ ପିଇ ଦେଇଥିଲେ । ଏବେ ଜ୍ୟୋତିର୍ମୟ ଜେନା ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସିତ ହେଉଛନ୍ତି । ସେପଟେ ଜ୍ୟୋତିର୍ମୟ ଭୂୟାଁଙ୍କ ପରିବାର ଲୋକ ଏବଂ ଗାଁ ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *