ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ; ନିର୍ଦ୍ଦେଶ ଦେଲେ ଏସଡିଜେଏମ୍ କୋର୍ଟ
1 min readପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ ପୁଣି ନୂଆ ମୋଡ ନେଇଛି । ଅଇନଜୀବୀଙ୍କ ପକ୍ଷରୁ ପୁରୀ ଏସଡିଜେଏମ୍ କୋର୍ଟରେ ଦାୟର ହୋଇଥିବା ମାମଲାର ଶୁଣାଣି ହୋଇଛି । କୋର୍ଟ ମାମଲାର ଶୁଣାଣି କରି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ କରିବାକୁ ସିଂହଦ୍ୱାର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଜିଲ୍ଳାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସଡିଜେଏମ୍ କୋର୍ଟ । ଏହି ମାମଲାକୁ ନେଇ ପୂର୍ବରୁ ଆଇନଜୀବୀ ଏତଲା ଦେଇଥିଲେ । ମାତ୍ର ଘଟଣାକୁ ଥାନା ଗ୍ରହଣ କରିନଥିଲା ।