Pratidin TV

Odisha's Digital News Platform

୩ ଦିନିଆ ଓଡିଶା ଗସ୍ତରେ ‘ମମତା ଦିଦି’ ; ପ୍ରଥମେ କରିବେ ମହାପ୍ରଭୁଙ୍କ ଦର୍ଶନ ..

1 min read

ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏନେଇ ପୁରୀ ପ୍ରଶାସନକୁ ଆସିଛି ମମତାଙ୍କ ଗସ୍ତ ସୂଚୀର ଚୁଡାନ୍ତ । ତିନି ଦିନିଆ ଓଡିଶା ଗସ୍ତରେ ଆସିବେ ମମତା ବାନାର୍ଜୀ । ଆଉ ୨୧ତାରିଖରେ ପୁରୀରେ ପଂହଚି ୨୨ ତାରିଖ ଅପରାହ୍ନ ୪ଟାରେ କରିବେ ମହାପ୍ରଭୁଙ୍କର ଦର୍ଶନ । ଆଉ ତା ପରଦିନ ଅପରାହ୍ନ ସାଢେ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ।

ତେବେ ଏହି ଗସ୍ତରେ ବିଶେଷକରି ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନ ଜିତିବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବାର ଅଭିଳାଷା ଥିବାରୁ ସେ ଦର୍ଶନ କରିବେ । ପୁଣି ପଶ୍ଚିମବଙ୍ଗ ଗେଷ୍ଟ ହାଉସ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଜମିକୁ ନେଇ ଆଲୋଚନା ସହ ଶୁଭ ଦିଆଯିବ ଉପରେ ଆଲୋଚନା କରିବାର କାର୍ଯ୍ଯକ୍ରମ ରହିଛି । ଶ୍ରୀମନ୍ଦିରରେ ଏକ ଘଣ୍ଟା ଭିତରେ ଜଗନ୍ନାଥଙ୍କୁ ପୁଜା ଦେବା ସହ ବେଢା ପରିକ୍ରମା ଓ ବାନା ପରିବର୍ତ୍ତନ ଦେଖିବାର କାର୍ଯ୍ଯକ୍ରମ ରହିଥିବା କହିଛନ୍ତି ।

Advertisement

ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଆଜି ଅପରାହ୍ନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚିବେ। ଆସନ୍ତାକାଲି ସେ ମହାପ୍ରଭୁଙ୍କ ଦର୍ଶନ କରିବେ। ପ୍ରୋଟୋକଲ ଅନୁଯାୟୀ, ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଟିମ୍ ତିନି/ଚାରି ଦିନ ହେବ ପୁରୀରେ ଅଛନ୍ତି । ଆମେ ସେମାନଙ୍କ ସହ ବୈଠକ କରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ଭାବେ ଆଲୋଚନା କରିଛୁ।

Leave a Reply

Your email address will not be published. Required fields are marked *