Pratidin TV

Odisha's Digital News Platform

(ଭିଡିଓ)ସାବଧାନ ! ଦେଖନ୍ତୁ କିଭଳି ଶୁଖିଲା  ପରିବାକୁ ସତେଜ କରୁଛନ୍ତି ଦୋକାନୀ …

1 min read

ନୂଆଦିଲ୍ଲୀ : ବଜାରରୁ ପରିବା କିଣୁଥିଲେ ସାବଧାନ ! ଏପରି ମାତ୍ର ୬୦ ସେକେଣ୍ଡରେ ସତେଜ ହେଉଛି ବାସୀ ପରିବା । କେମିକାଲ ମିଶାଇ କରାଯାଉଛି ତାଜା ପରିବା । ଯାହାର ଏକ ଚିତ୍ର ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି । ସବୁଜ ପରିବା ଆମେ ସୁସ୍ଥ ରହିବା ପାଇଁ ଖାଇଥାଉ । କିନ୍ତୁ ଯଦି ଆମେ ସବୁଜ ପରିବା ଖାଇବା ପରେ ଆମ ସ୍ୱାସ୍ଥ୍ୟ ବିଗିଡିଯାଏ ? ତାହା ହେଲେ ଆମେ ନିଜ ଜୀବନକୁ ବିପଦ ଆଡକୁ ଟାଣିଲା ପରି ହେବ ।

Advertisement

ସୋସିଆଲ ମିଡିଆରେ ଦିନକୁ ଦିନ ସ୍ୱାସ୍ଥ୍ୟର ଯତ୍ନ କିପରି ନେବ ତାହା ଉପରେ ଅନେକ ଜିନିଷ ଦେଖାଯାଏ । ପନିପରିବା ଓ ଶାଗକୁ ଆମେ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରାଥମିକତା ଦେଉଥାଉ । ହେଲେ ସୋସିଆଲ ମିଡିଆରେ ଏପରି ଏକ ଚିତ୍ର ଭାଇରାଲ ହେଉଛି ଯେଉଁଥିରେ ରାସାୟନିକ ପଦାର୍ଥ ସାହାଯ୍ୟରେ ଶୁଖିଲା ପନିପରିବାକୁ ସତେଜ କରାଯାଉଛି । ଭାଇରାଲ ହୋଇଥିବା ଚିତ୍ରରେ ଦେଖିବାକୁ ମିଳିଛି ଯେ, ଶୁଖି ଯାଇଥିବା ପନିପରିବା ଓ ଶାଗକୁ ରାସାୟନିକ ପଦାର୍ଥରେ ଭର୍ତି ହୋଇଥିବା ବାଲ୍ଟିରେ ବୁଡ଼ାଇ ବାହାରେ ରଖାଯାଉଛି । କିଛି ସମୟ ଭିତରେ ଏହା ଧୀରେ ଧୀରେ ସମ୍ପୂର୍ଣ୍ଣ ସତେଜ ହୋଇଯାଉଛି । ଏହାକୁ ଯେ କେହି ଦେଖି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ତେଣୁ ବଜାରକୁ ଆମେ ତାଜା ପରିବା ଆଣିବା ପାଇଁ ଯାଇଥାଉ ।

କିନ୍ତୁ ଆମେ ପାଉଥିବା ତାହା ପରିବା ଯେ କେତେ ସତେଜ ତାହା ଜଣିବା ନିତ୍ୟାନ୍ତ ଜରୁରୀ । ରାସାୟନିକ ପଦାର୍ଥରେ ବୁଡାଇବା ପରେ ପନିପରିବା ଯେତେ ତାଜା ଦେଖାଯାଏ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ତାହା ସହଜରେ ଅନୁମାନ କରାଯାଇପାରେ । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି । ଏହା ଆମ ଜୀବନ ପାଇଁ ସାଂଘାତିକ ହୋଇପାରେ । ଏହି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ଲକ୍ଷ ଳକ୍ଷ ଲୋକ ଦେଖି ସାରିଲେଣି ।

Leave a Reply

Your email address will not be published. Required fields are marked *