Pratidin TV

Odisha's Digital News Platform

ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ: ବାପାକୁ ମାଡ଼ ମାରି ଆତ୍ମହତ୍ୟା କଲା ପୁଅ

1 min read

ଜମନକିରା: ବାପାକୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଗଛରେ ଝୁଲି ଆତ୍ମହତ୍ୟା କରିଛି ପୁଅ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ କେନାଢିପା- କାଦୋପଡାରେ। ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ବାବାଜୀ ନାଏକଙ୍କ ପୁଅ ଦୁଷ୍ମନ୍ତ ନାଏକ (୩୦) ନିଶାସକ୍ତ ଅବସ୍ଥାରେ ଘରେ ପହଂଚିଥିଲେ। ମଦନିଶାରେ ଚୂର୍ ଥିବା ପୁଅକୁ ତାଗିଦ୍ କରିବାରୁ ଉଭୟ ବାପ ପୁଅଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଦୁଷ୍ମନ୍ତ ଉତ୍‌କ୍ଷିପ୍ତ ହୋଇ ବାପାକୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା।

ପୁଅ ଆକ୍ରମଣରେ ବାପାର ଗୋଟିଏ ହାତ ଭାଙ୍ଗି ଯାଇଥିବାବେଳେ ନିଶାସକ୍ତ ଦୁଷ୍ମନ୍ତ ସେହି ରାତିରେ ହିଁ ଏକ ଗଛରେ ଚଢି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି। ବୁଧବାର ସକାଳେ ଖବର ପାଇ କୁଚିଣ୍ଡା ଆଇଆଇସି ଶୋଭାକର ସେଠ୍‌ଙ୍କ ନେତୃତ୍ୱରେ ପୁଲିସ୍ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ପଠାଇଛି। ଘରୋଇ କଳିରୁ ନିଶାସକ୍ତ ପୁଅ ଏଭଳି କାଣ୍ଡ ଭିଆଇଥିବା ପୁଲିସ କହିଛି। ଏନେଇ କୁଚିଣ୍ଡା ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାପଡିଛି।

Advertisement

Leave a Reply

Your email address will not be published. Required fields are marked *