Pratidin TV

Odisha's Digital News Platform

କଂଗ୍ରେସକୁ ଶକ୍ତ ଝଟ୍‌କା : ରଦ୍ଦ ହେଲା ରାହୁଲଙ୍କ ଲୋକସଭା ସଦସ୍ୟତା

1 min read

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଶକ୍ତ ଝଟକା । ରଦ୍ଦ ହେଲା ରାହୁଲଙ୍କ ଏମପି ପଦ ସାଂସଦରୁ ବନିଲେ ପୂର୍ବ ସାଂସଦ । ସୂଚନାଯୋଗ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏମ୍‌ପି ପଦ ରଦ୍ଦ କରିଦିଆଯାଇଛି । ଶୁକ୍ରବାର ଲୋକ ସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । କାଲି ରାହୁଲଙ୍କୁ ଦଣ୍ଡାଦେଶ କରିଥିଲେ ସୁରଟ କୋର୍ଟ । ମୋଦି ଦୀ ସାଙ୍ଗିଆ ନେଇ ଦେଇଥିବା ବିବାଦୀୟ ବୟାନରେ ଗୁଜରାଟ ସୁରଟର ଏକ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ।

ଜେଲ୍ ଦଣ୍ଡ ହେବାର ମାତ୍ର ୨ ମିନିଟ ପରେ ରାହୁଲଙ୍କୁ ତୁରନ୍ତ ଜାମିନ ବି ମିଳିଯାଇଥିଲା । ରାହୁଲଙ୍କ ଉପରେ ଆଇପିସି ଧାରା ୫୦୪ ଲାଗିଥିଲା । ଯେଉଁଥିରେ ସର୍ବାଧିକ ଦଣ୍ଡ ୨ ବର୍ଷ ଜେଲ୍ ଦଣ୍ଡ ରହିଛି । ତେବେ ଏହି ମାମଲା ପରେ ରହୁଲଙ୍କ ସାଂସଦ ପଦ ରଦ୍ଦ ନେଇ ପ୍ରଶ୍ନ ଉଠିଥିଲା । ଦିନକ ପରେ ଏହି ସଂଶୟ ଦୂର ହୋଇଯାଇଛି । ଆଜି ଲୋକସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ରାହୁଲଙ୍କ ସଂସଦ ପଦ ରଦ୍ଦ କରାଯାଇଥିବା ସ୍ପଷ୍ଟ କରିଛନ୍ତି । ସମ୍ବିଧାନର ଧାରା ୧୦୨ (୧)(A) ଅନୁସାରେ ସଦସ୍ୟତା ରଦ୍ଦ କରାଯାଇଛି । ଲୋକ ପ୍ରତିନିଧି ଆଇନ ୧୯୫୧, ସେକ୍ସନ ୮ ଅନୁଯାୟୀ ପଦ ରଦ୍ଦ ହୋଇଛି ରାହୁଲଙ୍କ ସାଂସଦ ପଦ ।

Advertisement

ତେବେ ଏହା ପରେ ଆଗାମୀ ନିର୍ବାଚନ ଲଢିବା ନେଇ ଆଶଙ୍କା ଦେଖା ଦେଇପାରେ । ୨୦୧୯ ଲୋକସଭା ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ କର୍ଣ୍ଣାଟକ କୋଲାରରେ ସମ୍ବୋଧନ କରି ନିରବ ମୋଦୀ, ଲଳିତ ମୋଦୀଙ୍କ ଦୁର୍ନୀତି ବିଷୟରେ କହିବାକୁ ଯାଇ ବିବାଦୀୟ ଟିପ୍ପଣୀ ଦେଇଥିଲେ । ସବୁ ଚୋରଙ୍କ ସାଙ୍ଗିଆ ମୋଦୀ କେମିତି ରହୁଛି ବୋଲି ରାହୁଲ କହିଥିଲେ । ଯାହାକୁ ନେଇ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା ହୋଇଥିଲା । ଗୁଜୁରାଟର ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଦାୟକ ପୁର୍ଣ୍ଣେଶ ମୋଦୀ ରାହୁଲଙ୍କ ବିରୋଧରେ ମମଲା କରିଥିଲେ ।

Leave a Reply

Your email address will not be published. Required fields are marked *