(ଭିଡିଓ)ପିଣ୍ଟୁଙ୍କ ଶେଷ ସ୍ୱପ୍ନ ପୂରଣ କରିବେ ଶିଳ୍ପା ; ସାମ୍ନାକୁ ଆସିଲା ମେଡିକାଲରେ ପିଣ୍ଟୁ ନନ୍ଦ ଓ ସ୍ତ୍ରୀ ଶିଳ୍ପାଙ୍କ ଶେଷ କଥାବାର୍ତ୍ତା
1 min readଭୁବନେଶ୍ୱର : ଆରପାରିରେ ପିଣ୍ଟୁ । କିନ୍ତୁ ଭୁଲିପାରୁନାହାନ୍ତି ପରିବାର ଓ ପ୍ରଶଂସକ । ଯେତେବେଳେ ବି ତାଙ୍କ ମୁହଁ ସାମ୍ନାକୁ ଆସିଯାଉଛି ଆଖିରୁ ଲୁହରେ ପିଣ୍ଟୁଙ୍କ ସ୍ମୃତି ତାଜା ହୋଇଯାଉଛି । ଝୁରୁଛନ୍ତି ଦର୍ଶକ , ଝୁରୁଛି ଘର ଆଉ ସ୍ତ୍ରୀ ପିଲା ଛୁଆ ପରିବାର ମଧ୍ୟ ପିଣ୍ଟୁଙ୍କ ଯିବାକୁ ଆଜିଯାଏଁ ବି ବିଶ୍ୱାସ କରିପାରୁନାହନ୍ତି । ଏସବୁ ଭିତରେ ସାମ୍ମାକୁ ଆସିଛି ପିଣ୍ଟୁଙ୍କର ନିଜ ପିଲାଙ୍କ ପାଇଁ ଥିବା ଚିନ୍ତା । ବୋଧେ ଜାଣିସାରିଥିଲେ ସେ , ଯେ ଏ ସଂସାରରେ ଆଉ ମାତ୍ର କିଛି ଦିନିର କୁଣିଆ ସେ । ସେଥିପାଇଁ ବୋଧେ ସବୁ କଥାକୁ ଭୁଲି ସ୍ତ୍ରୀଙ୍କ ସହ ପିଲାମାନଙ୍କ ଭବିଷ୍ୟତ ବିଷୟରେ କରିଥିଲେ ଆଲୋଚନା । ଦୁଇ ପୁଅଙ୍କୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ ପିଣ୍ଟୁ କିନ୍ତୁ ଆଜି ସେ ସ୍ୱପ୍ନ ପିଣ୍ଟୁଙ୍କ ସହ ସ୍ୱପ୍ନ ହୋଇଯାଇଛି । ଶୁଣନ୍ତୁ ଶେଷ ସମୟରେ ସ୍ତ୍ରୀଙ୍କ ସହ କଣ କଥା ହୋଇଥିଲେ ପିଣ୍ଟୁ ।