Pratidin TV

Odisha's Digital News Platform

ସାବଧାନ ଆଜି ୧୩ ଜିଲ୍ଲାରେ ବର୍ଷିବ , ସତର୍କ କରାଇଲା ପାଣିପାଗ ବିଭାଗ ..

1 min read

ଭୁବନେଶ୍ୱର : ପଶ୍ଚିମ ଝଡର ପ୍ରଭାବ ରାଜ୍ୟର ଅନେକ ସ୍ଥାନରେ ଦେଖାଦେଇଛି । କିଛିଦିନଧରି ଲଗାତାର ସନ୍ଧ୍ୟା ସମୟରେ ପବନ ଝଡି ସହ କୁଆପଥର ବର୍ଷା ମଧ୍ୟ ହେଉଛି । ତେବେ ଆଜି ସାରା ଉପକୂଳ ଅଞ୍ଚଳରେ ଘଡଘଡି,ବିଜୁଳି ସହ ବର୍ଷା ହେବ । ଏହି ସମୟରେ ପବନର ବେଗ ୩୦ ରୁ ୪୦ କିଲୋମିଟର ରହିବ ବୋଲି ଆଗୁଆ ସତର୍କ କରାଇଛି ପାଣିପାଗ ବିଭାଗ ।

ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୧୩ଟି ଜିଲ୍ଲାରେ ଝଡ଼ବର୍ଷା ହେବ। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ପଶ୍ଚିମା ଝଡ଼ର ପ୍ରଭାବ ୨୮ ତାରିଖ ଦିନ ମଧ୍ୟ ରହିବ।
ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ରବିବାର ସଂଧ୍ୟା ସାଢ଼େ ୫ଟା ସୁଦ୍ଧା ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୨୮ ମିମି ବର୍ଷା ହୋଇଯାଇଛି। ଏଥିସହ ବଲାଙ୍ଗୀରରେ ୧୯.୮ ମିମି, ଦାରିଙ୍ଗବାଡ଼ିରେ ୧୨ ମିମି ଓ ବରଗଡ଼ରେ ୨.୪ ମିମି ବର୍ଷା ହୋଇଯାଇଛି। ଆଜି(ସୋମବାର) ରାଜଧାନୀ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଝଡ଼ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *