Pratidin TV

Odisha's Digital News Platform

ରାୟଗଡାରେ ଚାଞ୍ଚଲ୍ୟ ; ଦେବଗିରି କୁଣ୍ଡରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ..

1 min read

ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଐତିହାସିକ ଦେବଗିରି ପାହାଡ଼ ଉପରେ ଥିବା କୁଣ୍ଡରୁ ଜଣେ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ ।

କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମର ଗୌଡ଼ ସାଇ ବିରେନ ଗୌଡ଼ଙ୍କ ଝିଅ ଦେବକୀ ଗୌଡ଼ କଲ୍ୟାଣସିଂହପୁରର ଏକ ଭଡା ଘରେ ରହି ତିନି ଜଣ ଝିଅଙ୍କ ସହ ପାଠ ପଢିବା ପାଇଁ ଏକ ରୁମରେ ରହିଆସୁଥିଲେ। ଗୁରୁବାର ଦିନ ଦେବକୀ ଗୌଡ଼ ରୁମ୍‌କୁ ନଫେରିବାରୁ ରୁମ୍‌ର ସାଙ୍ଗମାନେ ପରିବାରକୁ ଜଣାଇ ଥିଲେ। ପରିବାର ଲୋକେ ସାଙ୍ଗେ ସାଙ୍ଗେ ଆସି ଗୁରୁବାର, ଶୁକ୍ରବାର ଓ ଶନିବାର ତିନିଦିନ ଧରି ସବୁ ଖୋଜା ଖୋଜି କରିଥିବା ବେଳେ ମଧ୍ୟ ଝିଅକୁ ପାଇ ନଥିଲେ।

Advertisement

ଯାହା ଫଳରେ ସ୍ଥାନୀୟ ପୋଲିସ ଥାନା ରେ ଜଣେଇ ଥିବା ପରିବାର ଲୋକେ କହିଥିବା ଜଣା ପଡ଼ିଛି। ଏହାପରେ ରବିବାର ଅପରାହ୍ନ ୨ଟା ରେ ପରିବାର ଲୋକମାନେ ଦେବଗିରି ପାହାଡ଼ ଚଢ଼ି ଖୋଜିବାରୁ କୁଣ୍ଡରେ ଝିଅର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ପୋଲିସ ଅଧିକାରୀ ଙ୍କୁ ଜଣାଇ ଥିବା ବେଳେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଆସି ଦେବଗିରି କୁଣ୍ଡରୁ ମୃତଦେହକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରି ଥିବା ଜଣା ପଡିଛି। ଦେବକୀର ଚୁନିରେ ପଥର ବନ୍ଧା ହୋଇ ଲାଗି ରହିଥିବାରୁ ପରିବାର ଓ ସ୍ଥାନୀୟ ଲୋକମାନେ ହତ୍ୟା ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଏସଡିପିଓ ଦେଵଜ୍ୟୋତି ଦାସ ସହ କଲ୍ୟାଣସିଂହପୁର ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *