Pratidin TV

Odisha's Digital News Platform

ଗିରଫ୍ ହେଲେ ଓଡିଆ ଫିଲ୍ମ ପ୍ରଡ୍ୟୁସର ; ଘର ବିକ୍ରି ନାଁରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ଲଗାଉଥିଲେ ଚୂନ …

ଭୁବନେଶ୍ୱର : ଓଡିଆ ଫିଲ୍ମ ପ୍ରଡ୍ୟୁସରଙ୍କ ଜଘନ୍ୟ କାଣ୍ଡ । ଘର କିଣିଇଦେବା ନାଁରେ ଲଗେଇଥିଲେ ୮୫ ହଜାର ଟଙ୍କାର ଚୂନ । ତେବେ ସେହି ପ୍ରଡ୍ୟୁସର ଜଣଙ୍କ ହେଉଛନ୍ତି ଅଜିତାଭ ମଲ୍ଲିକ୍ । ଭୁବନେଶ୍ୱର କୋଳଥିଆ ଅଞ୍ଚଳରେ ରହୁଥିବା ଅଜିତାଭ ଏକ ଡୁପ୍ଲେକ୍ସ ଘର ବିକିବା କହି ଲକ୍ଷାଧିକ ଟଙ୍କା ନେଇଥିଲେ । କିନ୍ତୁ ଶେଷରେ ଘର ନଦେଇ ହତ୍ୟା ଧମକ୍ ଦେବାରୁ ଥାନାରେ ଅଭିଯୋଗ ଆଣିଥିଲେ ଠକାମୀର ଶିକାର ହୋଇଥିବା ମହିଳା ।

ସୂଚନାଯୋଗ୍ୟ ଯେ ମହିଳା ଜଣଙ୍କ ହେଉଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଆସିଷ୍ଟାଣ୍ଟ ପ୍ରଫେସର । ସପୃକ୍ତ ମହିଳା ଉକ୍ରଳ ବିଶ୍ୱବିଦ୍ୟାଳୟରେ ପିଜି କରୁଥିବା ସମୟରେ ତାଙ୍କର ଅଭିଜିତ୍‌ଙ୍କ ଭଉଣୀ ମଧୁସ୍ମିତା ଭାରତୀଙ୍କ ସହ ଦେଖାହୋଇଥିଲା । କୋଭିଡ୍ ସମୟରେ ମଧୁସ୍ମିତା ପ୍ରଫେସରଙ୍କୁ ନିଜ ଘରକୁ ଆଣି ତାଙ୍କ ବାପା ଭାଇ ଓ ମାଁଙ୍କ ସହ ପରିଚିତ କରାଇଥିଲେ । ଏବଂ ସେଇଠୁ ହିଁ ପ୍ରଫେରସଙ୍କୁ ଅଭିଜିତ୍ ଭୁବନେଶ୍ୱରରେ ଘର କିଣେଇଦେବା କହି ଟଙ୍କା ନେବା ଆରମ୍ଭ କରିଥିଲେ ।

ସେବେଠାରୁ ପ୍ରଥମେ ୨୫ ଲକ୍ଷ ନଗଦ ଟଙ୍କା, ସୁନା ଓ ବ୍ୟାଙ୍କ ଓ ୟୁପିଆଇ ଟ୍ରାନଯାକ୍ସନ ମାଧ୍ୟମରେ ମୋଟ ୮୫ ଲକ୍ଷ ବିଭିନ୍ନ ପର୍ଯ୍ୟାୟରେ ୨୦୨୦ ମସିହାରୁ ମହିଳାଙ୍କ ଠାରୁ ନେଉଥିବା ବେଳେ, ବର୍ତ୍ତମାନ ଧରା ଛୁଆଁ ଦେଉ ନଥିଲା । ଏନେଇ ସପୃକ୍ତ ପ୍ରଫେସର ଏବଂ ତାଙ୍କ ବାପା ଠକ ଅଭିଜିତଙ୍କ ଘରେ ପହଞ୍ଚିବାପରେ ସେମାନେ ମିଶି ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଜୀବନ ବିକଳେ ମହିଳା ପ୍ରଫେସର ଜଣଙ୍କ ସେଠାରୁ ଫେରି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ତେବେ ସପୃକ୍ତ ମାମଲାରେ ତଦନ୍ତ କରି ଆଜି ଖଣ୍ଡଲିରି ପୋଲିସ ପୁଲିସ ଅଭିଯୁକ୍ତ ଅଜିତାଭ ମଲ୍ଲିକଙ୍କୁ ଗିରଫ କରିଛି । ଅଜିତାଭ ଜଣେ ସହ କଳାକାର ଭାବେ ବିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏଥିସହ ଓଡିଆ ଫିଲ୍ମ ଅରୁନ୍ଧତିର ପ୍ରଯୋଜକ । ଅରୁନ୍ଧତିରେ ସହ କଳାକାର ଭାବେ ଅଭିନୟ ବି କରିଛନ୍ତି ଅଜିତାଭ ।

Leave a Reply

Your email address will not be published. Required fields are marked *