Pratidin TV

Odisha's Digital News Platform

ମଦ ନେଲା ଜୀବନ ; ନୃଶଂସ ସ୍ୱାମୀ ମଦନିଶାରେ ସ୍ତ୍ରୀ ପିଟି ପିଟି ..

ବାଲଶ୍ୱେର : ମଦ ପିଇ ହିତାହିତ ଜ୍ଞାନ ଭୁଲିଲା ସ୍ୱାମୀ। ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ଜୀବନ ନେଲା ନୃଶସଂ ସ୍ୱାମୀ। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇ ବଣିଆ ଥାନା ଅନ୍ତର୍ଗତ ଗହୀରା ବନ୍ଧ ଅଞ୍ଚଳ ଗ୍ରାମରେ।

ସୂଚନା ମୁତାବକ ଅଭିଯୁକ୍ତ ସ୍ୱାମୀ ଦୁର୍ଗାମୁର୍ମୁ ଗତକାଲି ବିଳମ୍ବିତ ରାତିରେ ମଦପିଇ ଘରକୁ ଫେରିଥିଲେ। ଏହାକୁ ସ୍ତ୍ରୀ ମଞ୍ଜୁଲତା ବିରୋଧ କରିବାରୁ ଉଭୟ ମଧ୍ୟରେ ଝଗଡା ହୋଇଥିଲା। ପରେ ସ୍ବାମୀ ଦୁର୍ଗା ଉତକ୍ଷିପ୍ତ ହୋଇ ସ୍ତ୍ରୀ ମଂଜୁଲତା ଏକ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲା।

ତେବେ ସ୍ୱାମୀ ଦୁର୍ଗା ମୁର୍ମୁ ଘଟଣା ସ୍ଥଳରୁ ଖସି ପଳେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ବାନ୍ଧି ଦେଇଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ଅଭିଯୁକ୍ତକୁ ଗିରଫ କରି ଘଟଣା ରତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *