ଝାରସୁଗୁଡାରେ ଚାଞ୍ଚଲ୍ୟ ; ଅପହରଣ ପରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପୋଡ଼ିକରି ହତ୍ୟା , ବନ୍ଧାହେଲେ ପଡୋଶୀ
1 min readଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ଯେପରି ଭୁଶୁଡ଼ି ପଡ଼ିଛି। ତାହାପୁଣି ଜଣେ ନିରୀହ ଛାତ୍ରଙ୍କୁ। ଆଜିର ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ଝାରସୁଗୁଡା ସହରରୁ ଅପହୃତ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଭେଡେନ ଥାନା ପାଖ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ।
ଅପହରଣ ପରେ ୫୦ ଲକ୍ଷ ଟଙ୍କା ମାଗିଥିଲେ ଦୁର୍ବୃତ୍ତ। କିନ୍ତୁ ପରଦିନ ସକାଳେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୋଲିସ ପ୍ରେସମିଟରେ ସୂଚନା ଦେଇଛନ୍ତି। ବରଗଡ଼ ଜିଲ୍ଲା ଭେଡେନ ଥାନା ଦେଶଭଟଲି ପାଖ ଝାଇଁଜୋର ନଦୀ ପାଖରୁ ଅଧାପୋଡା ମୃତଦେହ ଉଦ୍ଧାର ହୋଇଛି । ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସପି ସ୍ମିତ ପାରମାର । ପୋଲିସ ଏନେଇ ୨ଜଣ ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି। ଦୁଇ ଅଭିଯୁକ୍ତ ହେଲେ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲ । ଦୁଇ ଦୁର୍ବୃତ୍ତ ନାବାଳକକୁ ଉଠାଇ ନେଇ ହତ୍ୟା କରି ପୋଡ଼ିଥିବା ନେଇ ସ୍ୱୀକାର କରିଥିବା ନେଇ ସୂଚନା ଦେଇଛି ପୋଲିସ । ଅପହରଣକାରୀ ସମର୍ଥଙ୍କୁ ପୂର୍ବରୁ ଚିହ୍ନିଥିଲେ ବୋଲି ଏସପି ସୂଚନା ଦେଇଛନ୍ତି।
୨୮ ତାରିଖରେ ବରଗଡ଼ ଜିଲ୍ଲା ଭେଡେନ ଥାନା ଦେଶଭଟଲି ପାଖ ଝାଇଁଜୋର ନଦୀ ନିକଟରୁ ସମର୍ଥଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର ହୋଇଛି । ତେବେ ଗୋଡ଼ଭଗା ପଟରୁ ଏକ ନୀଳ ରଙ୍ଗର କାରରେ ଦୁଇ-ତିନିଜଣ ବ୍ୟକ୍ତି ଘଟଣାସ୍ଥଳକୁ ଆସିଥିଲେ ଏବଂ ସମର୍ଥଙ୍କ ମୃତଦେହକୁ ପୋଡି ଚାଲିଯାଇଥିଲେ । କିନ୍ତୁ ମୃତଦେହଟି ସଂପୂର୍ଣ୍ଣ ଜଳି ପାରିନଥିଲା । ହତ୍ୟାକାରୀ ମାନେ ଦରପୋଡା ଅବସ୍ଥାରେ ସେଠାରୁ ଫେରାର ହୋଇଯାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥାଳରେ ପହଞ୍ଚି ସେଠାରୁ ଏକ କଟୁରୀ, ପେଟ୍ରୋଲ ଅଣାଯାଇଥିବା ଏକ ପ୍ଳାଷ୍ଟିକ ଜାର ଜବତ କରିଛି । ତେବେ ଅପହରଣ ପଛର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
ସୂଚନା ଥାଉ କି, ଝାରସୁଗୁଡା ସହରର ସରବାହାଲର ଏକ ଅପାର୍ଟମେଣ୍ଟରୁ ସୁନିତ ଅଗ୍ରୱାଲଙ୍କ ପୁଅ ସମର୍ଥକୁ ୨୬ ତାରିଖରେ ଅପହରଣ ପରେ ସମର୍ଥଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ ଅପହରଣକାରୀ । ତାପରେ ୨୭ ତାରିଖ ରାତି କିମ୍ବା ୨୮ ତାରିଖ ସକାଳୁ ସମର୍ଥଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସୁନିତ ଅଗ୍ରୱାଲଙ୍କ ୧୪ ବର୍ଷୀୟ ପୁଅ ସମର୍ଥ ଅଗ୍ରୱାଲ ୨୭ ତାରିଖରୁ ସୁନିତ କହିଛନ୍ତି ପୁଅର ଫୋନରୁ ଏକ ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ଫୋନ କଲ ପାଇଥିଲେ। ୫୦ ଲକ୍ଷ ଟଙ୍କା ଦାବି କରିଥିଲା ଦୁର୍ବୃତ୍ତ। ଅପରାହ୍ନ୪ଟାରୁ ସମର୍ଥକ ଘରୁ ଇଲେକ୍ଟ୍ରିକ ସ୍କୁଟି ଧରି ବାହାରିଥିଲେ ସେବେଠୁ ଆଉ ଘରକୁ ଫେରି ନ ଥିଲେ। ତେବେ ଅଧାପୋଡା ଅବସ୍ଥାରେ ମିଳିଥିଲା ପୁଅର ମୃତ ଦେହେ ।
ସୂଚାନ ଅନୁ୍ଯାୟୀ ଅଭିଯୁକ୍ତ ଅମିତ ହେଉଛନ୍ତି ସୁମିତ ଅଗ୍ରୱାଲଙ୍କ ପଡୋଶୀ । ବିଜୁ ନଗରରେ ମାର୍ବଲ ଦୋକାନ କରିବା ସହ ବୃନ୍ଦାବନ କଲୋନୀରେ ରହନ୍ତି । ସୁମିତ ଓ ଅମିତଙ୍କ ମଧ୍ୟ ଭଲ ସମ୍ପର୍କ ରହିଥିଲା । ମୃତ ଛାତ୍ର ସମର୍ଥଙ୍କୁ ଅମିତଙ୍କ ଝିଅ ରାକ୍ଷୀ ବାନ୍ଧୁଥିବା କୁହାଯାଉଛି ।