Pratidin TV

Odisha's Digital News Platform

ସାବଧାନ ! ରାତିରେ ମଶାଧୂପ ଲଗାଇ ଶୋଇଥିଲେ ପୁରାପରିବାର ,ସକାଳୁ ମିଳିଲା ୬ ଜଣଙ୍କ ମୃତଦେହ…

ନୂଆଦିଲ୍ଲୀ : ମୃତ୍ୟୁ ମଣିଷକୁ କେଉଁ ବାଟେ ଆସିବ ତାହା କେହି କହିପାରିବେ ନାହିଁ । କେତେବେଳେ କିଏ ବଡ ବଡ ମର୍ମନ୍ତୁଦ ଦୁର୍ଘଟଣାରୁ ବର୍ତ୍ତିଯାଉଛି ତ କିଏ ବସିବା ସମୟରେ ଟଳିପଡୁଛି । ନିକଟରେ ମୃତ୍ୟୁର ଏକ ଭୟଙ୍କର ରୂପ ଦେଖିବାକୁ ମିଳିଛି ରାଜଧାନୀରେ । ଘରେ ମଶାଧୂପ ଲଗାଇ ଶେଇଥିଲେ ପୁରା ପରିବାର । ହେଲେ ଚାଲିଗଲା ପରିବାରର ୬ ଜୀବନ । ଏମିତି ଛାତିଥରା ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଶାସ୍ତ୍ରୀ ପାର୍କ ଇଲାକାରେ ।

ପରିବାରର ୯ ଜଣ ସଦସ୍ୟ ଗୋଟିଏ ଘରେ ମଶାମରା କଏଲ ଲଗାଇ ଶୋଇ ପଡିଥିଲେ । କଏଲରୁ ନିଆଁ ଲାଗି ୨ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଅନ୍ୟ ୪ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି । ଅନ୍ୟ ୩ ଜଣ ସଦସ୍ୟଙ୍କର ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ପ୍ରବେଶଚନ୍ଦ୍ର ଡାକ୍ତରଖାନାରେ ଭର୍ତି କରାଯାଇଛି । ପୋଲିସ ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସକାଳ ପାଖାପାଖି ୯ଟା ସମୟରେ ଏହି ଘଟଣା ସମ୍ପର୍କରେ ପୋଲିସ ପାଖକୁ ଏକ ପିସିଆର କଲ ଆସିଥିଲା । ମଶାମରା କଏଲରେ ଡିଡିଟି, ଅନ୍ୟ କାର୍ବନ ଫସଫରସ ଏବଂ ବିଷାକ୍ତ ଜିନିଷ ରହିଛି । ରାତିରେ ଏହି କଏଲ ଲଗାଇବା ଦ୍ୱାରା ରାତିରେ ଗ୍ୟାସ ବାହାରକୁ ଯାଇ ପାରି ନ ଥିଲା । ଏହାବ୍ୟତୀତ କଏଲରୁ ନିଆଁ ଲାଗି ତକିଆରେ ଲାଗି ଯାଇଥିଲା । ଫଳରେ ନିଆଁ ଓ ଧୂଆଁ ଯୋଗୁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।

ପୋଲିସର କହିବା ଅନୁଯାୟୀ, ରାତିରେ ଘରର କବାଟ, ଝରକା ସବୁ ବନ୍ଦ ରହିଥିଲା । ନିଆଁ ଲାଗିବାରୁ ପୂରା କୋଠରୀ ଧୂଆଁମୟ ହୋଇଯାଇଥିଲା, ଫଳରେ ଶୋଇଥିବା ଲୋକମାନେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ । ଆଜି ସକାଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା ଏବଂ ସମସ୍ତଙ୍କୁ ହସ୍ପିଟାଲ ନେଇଯାଇଥିଲା । ହେଲେ ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *