Pratidin TV

Odisha's Digital News Platform

(ଭିଡିଓ)କେନ୍ଦୁଝର ଡେଲି ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ , ଜଳି ପାଉଁସ ହେଲା ୫୦ ରୁ ଉର୍ଦ୍ଧ ଦୋକାନ ..

କେନ୍ଦୁଝର : କେନ୍ଦୁଝର ଡେଲି ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ । କେନ୍ଦୁଝର ସହରର ସବୁଠାରୁ ବ୍ୟସ୍ତ ବହୁଳ ରାହସ ଡେଲି ମାର୍କେଟ ରେ ଆଜି ସକାଳୁ ସକାଳୁ ହଠାତ ଅଗ୍ନିକାଣ୍ଡ ଘଟି ୫୦ ରୁ ଉର୍ଦ୍ଧ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । କୌଣସି ଏକ ଦୋକାନରୁ ସତସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ଛୋଟ ଜାଗାରେ ଅନେକ ଦୋକାନ ଖୁନ୍ଦାଖୁନ୍ଦି ହୋଇ ଥିବାରୁ ନିଆଁ ସଙ୍ଗେ ସଙ୍ଗେ ବ୍ୟାପି ଯାଇଥିଲା । ଦେଖୁ ଦେଖୁ ଅଳ୍ପ ସମୟ ମଧ୍ୟରେ ୫୦ ରୁ ଉର୍ଦ୍ଧ ଦୋକାନରେ ନିଆଁ ଲାଗିଯାଇଥିଲା ।

ସ୍ଥାନୀୟ ଦୋକାନୀ , ଲୋକଙ୍କ ସହ ଅଗ୍ନିଶମ ବିଭାଗ ନିଆଁ କୁ ଆୟତ୍ତ କରିବାକୁ ଅକ୍ଲାନ୍ତ ଉଦ୍ୟମ ପରେ ଯଦିବା ନିଆଁ କିଛି ପରିମାଣରେ ଆୟତ୍ତ ହୋଇଛି ତେବେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡି ପାଉଁଶ ହୋଇ ଯାଇଛି ।ହେଲେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। କେନ୍ଦୁଝର ଉପଜିଲ୍ଲାପାଳ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *