ଯାଜପୁର ପଲିଟେକନିକ୍ ଛାତ୍ରୀ ମୃତ୍ୟୁ ଘଟଣା ; ବିତିଲାଣି ୮ ଦିନ , ନ୍ୟାୟ ପାଇଁ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ପରିବାର…
1 min readଯାଜପୁର : ଯାଜପୁର ସରକାରୀ ବହୁମୁଖି ବୈଷୟିକ ବିଦ୍ୟାଳୟ ରଗଡ଼ି ର ଇଲେକ୍ଟ୍ରିକାଲ ଶେଷ ବର୍ଷ ର ଛାତ୍ରୀ ରୋଜାଲିନ ପାତ୍ରଙ୍କ ମୃତ୍ୟୁକୁ ନେଇ ଉଠୁଛି ସନ୍ଦେହ । ୩ ବର୍ଷ ଭିତରେ ୪ ଟି କ୍ୟାମ୍ପସ୍ ପାଇଁ ଚୟନ ହୋଇଥିଲେ ରୋଜାଲିନ୍ । ଯାହାକୁ ନେଇ ବେଶ୍ ଖୁସିଥିଲା ରୋଜାଲିନଙ୍କ ପରିବାର । କିନ୍ତୁ ହଠାତ୍ ଆସିଲା କଳା ବାଦଲ ଆଉ ଉଡେଇ ନେଲା ପରିବାରଙ୍କ ମୁହଁରୁ ହସ । ସବୁଦିନ ପାଇଁ ଆଖିବୁଜିଲେ ରୋଜାଲିନ୍ ।
ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ମାସ ୨୮ ତାରିଖରେ ନିଜ ହଷ୍ଟେଲ ରୁମରେ ଝୁଲନ୍ତା ଅବସ୍ଥାରେ ମିଳିଥିଲେ ରୋଜାଲିନ୍ । ଅନ୍ୟପଟେ ପଢୁଆ ମେଧାବୀ ଝିଅର ଏଭଳି ମୃତ୍ୟୁକୁ ବିଶ୍ୱାସ କରିପାରୁନାହନ୍ତି ପରିବାର ଓ ଭାଣୀଜିକୁ ଭଲପାଉଥିବା ମାମୁଁ ମାଇଁ । ତାଙ୍କ ଝିଅକୁ ନିର୍ଯ୍ୟାତନା ଦିଆଯାଇ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ପୁଲିସ ସେତିକି ଗୁରୁତ୍ବ ଦେଉନାହିଁ ଏବଂ ପରିବାର ଲୋକଙ୍କୁ ବାରମ୍ବାର ଥାନାକୁ ଦୌଡ଼ାଇ ହଇରାଣ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାର ସମୟକୁ ବାରମ୍ବାର ଘୁଞ୍ଚାଇ ଚାଲିଛନ୍ତି। କୋରେଇ ପୁଲିସ ପକ୍ଷରୁ ଏ ଦିଗରେ ସ୍ପଷ୍ଟ ଉତ୍ତର ଦିଆଯାଉନାହିଁ।
ବିରଜା ହଷ୍ଟେଲରେ ରୋଜଲିନଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲରୁ ସିମ୍ ଗାଏବ୍ ଓ ଶବ ବ୍ୟବଛେଦ ରିପୋର୍ଟ ର ସମୟ ଗଡିବାକୁ ନେଇ ମା ନ୍ୟାୟ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ବାରସ୍ଥ ହେବା ପରେ ତଦନ୍ତ ପାଇଁ ଚେତା ପଶିଛି ଯାଜପୁର ଝଊଚଙ ସଞ୍ଜୟ ପଟନାୟକଙ୍କ । ଆଜି ପରିବାର ଲୋକଙ୍କୁ ଡ଼ାକି ଘଟଣା ର ତଦନ୍ତ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ତେବେ ବେକରେ ଓଢଣି ଲଗାଇ ନିଜ ରୁମରେ ଛାତ୍ରୀ ଜଣଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମା କାନ୍ଦି କାନ୍ଦି କହି ରାସ୍ତା ରେ ଗଡି ଯାଉଛନ୍ତି। ରାଗିଂର ଶିକାର ମାନସିକ ନିର୍ଯ୍ୟାତନା ତାଙ୍କ ଝିଅ କୁ ମାରିଛି । ତାଙ୍କ ଝିଅକୁ ମାରିଛି ସେଇ କଲେଜର ଜଣେ ପୁଅ ଓ ଝିଅ । ତାଙ୍କ ଝିଅ କୁ ରାତିରେ ମାଡ଼ ମରାଯିବା ସହ ଆଉ ମାନସିକ ଯନ୍ତ୍ରଣା ମଧ୍ୟ ଦିଆଯାଇଛି । ଏନେଇ ଅଭିଯୋଗ ଆଣିଛନ୍ତି ରୋଜାଲିନ ଙ୍କ ମା , ତେବେ ମୃତ ଛାତ୍ରୀ ରୋଜାଲିନଙ୍କ ମୃତ୍ୟୁ କୁ ନେଇ ସନ୍ଦେହ ଘନିଭୂତ ହେଉ ଥିବା ବେଳେ ତାଙ୍କ mobile SIM ଗାଏବ ହେବା ଓ ପୋଷ୍ଟମାର୍ଟମ ରିପୋର୍ଟ ର ସମୟ ଗଡିବା କୁ ନେଇ ଉଠୁଛି ପ୍ରଶ୍ନ , ସତରେ କଣ ତଦନ୍ତ ରେ ନ୍ୟାୟ ପାଇବେ ରୋଜାଲିନୀ ଙ୍କ ପରିବାର ନା ଅନ୍ୟ ଘଟଣା ଭଳି ଏହା ମଧ୍ୟ କାଗଜ କଲମ ରେ ଏକ ମାମଲା ରୁଜୁ ହୋଇ ରହିଯିବ ।