ପୁରୁଣା ପ୍ରେମିକ ରଚିଥିଲା ଷଡଯନ୍ତ୍ର ; ପ୍ରେମରେ ବିଫଳ ହୋଇ ନେଲା ପ୍ରତିଶୋଧ , ଆଖିବୁଜିଲେ ନବବିବାହିତ …
1 min readମାଲକାନାଗିରି : ୨୩ ଫ୍ରେବୃଆରୀ ୨୦୧୮ ମସିହାରେ ପାଟନାଗଡରେ ହୋଇଥିବା ପାର୍ସଲ ବୋମାର ଭୟଙ୍କର ବିସ୍ପୋରଣର ଲୋମହର୍ଷକାରୀ ଚିତ୍ର ମନରୁ ଲିଭିନଥିବା ବେଳେ ମାଲକାନାଗିରିର ଆଉ ଏକ ପାର୍ସଲ ବୋମା ଘଟଣା ସ।ରା ରାଜ୍ୟକୁ ଦୋହଲାଇଦେଇଛି ।
ବିବାହ ଉତ୍ସବରେ ନିମନ୍ତ୍ରଣ ଅତିଥି ଦେଇଥିବା ଉପହାର ହୋମ ଥିଏଟରର ବିସ୍ପୋରଣ। ଏଥିରେ ନବ ବିବାହିତ ବର ଏବଂ ବରର ଭାଇଙ୍କ ମୃତୁ୍ୟ ହୋଇଥିବା ସହ ପରିବାରର ଚାରି ଜଣ ଗୁରୁତର ଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଗତକାଲି ଛତିଶଡ଼ର କବିରଧାମ ଜିଲ୍ଲା ଚମାରି ଗାଁରେ ଏକ ବିବାହ ଉତ୍ସବ ଚାଲିଥାଏ। ଏତିକି ବେଳେ ପ୍ରେମୀ ଯୁବକ ପ୍ରେମିକାର ସ୍ୱାମୀକୁ କ୍ଷତି ପହଞ୍ଚାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲା। ବାରୁଦ ଭର୍ତ୍ତି ସାଉଣ୍ଡ ସିଷ୍ଟମ୍ କୁ ପ୍ରେମିକ ସଞ୍ଜୁ ମର୍କମ୍ (୩୩)ପ୍ରେମିକା ଏବଂ ତା ସହ ବିବାହ କରୁଥିବା ବର କୁ ମାରିଦେବାକୁ ଟାର୍ଗେଟ କରିଥିଲା। ପ୍ରେମୀ ଯୁବକ ସଞ୍ଜୁ ମର୍କମ ମଧ୍ୟପ୍ରଦେଶର ଛପଲା ଜିଲ୍ଲାର ବାଲାଘାଟର। । ପ୍ରେମିକା ଲଲିତା ମଧ୍ୟ ସେହି ମଧ୍ୟ ପ୍ରଦେଶର ବାଲାଘାଟ ଜିଲ୍ଲାର ଚମାରୀ ଗାଁର। ଉଭୟଙ୍କ ନିବିଡ଼ ସମ୍ପର୍କ ଗଢ଼ି ଉଠିଥାଏ। ଏହାରି ଭିତରେ ଛତିଶଗଡ ର ହିମେନ୍ଦର୍ ସହ ଵିଵାହ ପ୍ରେମିକା ଲଲିତା ସହ ବାହାଘର ଠିକ୍ ହୋଇଯାଏ। ତେଣୁ ଏହାକୁ ସହ୍ୟ କରି ନପାରି ପ୍ରତିଶୋଧ ନେବାକୁ ଠାଣି ଥାଏ ପ୍ରେମିକ ।
ତେବେ ପ୍ରେମିକା ସଞ୍ଜୁ ପେଶାରେ ଜଣେ ମେକାନିକ। ପୁର୍ବରୁ ସେ ଏକ ମାଇନିଙ୍ଗ କମ୍ପାନୀରେ କାମ କରି ଏହି ବିସ୍ପୋରଣ ସମ୍ପର୍କ ରେ ଅନେକ କିଛି ଜାଣି ସାରିଥାଏ। ତେବେ ବାହାଘର ସମୟରେ ଅଭିଯୁକ୍ତ ସଞ୍ଜୁ ଏକ ଦୋକାନରୁ ଏହି ଇଲୋକ୍ଟ୍ରୋନିକ ସାଉଣ୍ଡ ଡିଭାଇସ୍ କିଣି ତା ଭିତରେ ବାରୁଦ ଭର୍ତ୍ତିକରି ବିବାହ ବେଳେ ଉପହାର ଦେଇଥିଲା। ସବୁ ଉପହାର ଗୁଡିକ ବିବାହ ସରିବା ପରେ କନ୍ୟା ଘରୁ ବର ଘରକୁ ପଠାଯାଇଥିଲା। ଘରେ ସମସ୍ତେ ଉପସ୍ଥିତି ଥାଏ ଖୋଲାଗଲା ବିଭିନ୍ନ ଉପହାର। ଆଉ ଏହି ହୋମ ଥିଏଟର ଖୋଲି ବର ଗୀତ ଶୁଣିବାକୁ ଯାଇ କରେଣ୍ଟ ସଂଯୋଗ କଲା ବେଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ବର ଏବଂ ବର ର ଭାଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ପରିବାରର ଚାରି ଜଣ ଗୁରୁତର ହୋଇଛନ୍ତି। ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ବେଳେ ଅଭିଯୁକ୍ତ ପ୍ରେମିକ ସଞ୍ଜୁ ଧରା ପଡିଥିଲା। ଏବଂ ପୋଲିସ ର ପଚରା ଉଚୁରା ବେଳେ ସବୁ ମାନିଯାଇଥିଲ।।