Pratidin TV

Odisha's Digital News Platform

ଅଭିଯୋଗ ପରେବି ନିରବ ପ୍ରଶାସନ ; ଗରିବଙ୍କ ଚାଉଳ ଲୁଟି ଖାଉଛି ଡିଲର ..

ଯାଜପୁର ; ଗରିବ ଖଟିଖିଆଙ୍କ ପେଟକୁ ମାରୁଛନ୍ତି ଡିଲର । ସରକାର ରାସନକାର୍ଡ ମାଧ୍ୟମରେ ରାଜ୍ୟର ଖଟିଖିଆ ଓ ଗରିବଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଥିବା ବେଳେ , ଏହାର ଫାଇଦା ଉଠାଉଛନ୍ତି କିଛି ଲୋଭି ଡିଲର । ଲୋକଙ୍କ ଖାତାରେ ତାରିଖ ପକାଇ ଚାଉଳ ଲୁଟୁଛନ୍ତି ଲୋଭି ଡିଲର ।

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିଙ୍ଗଲ ପଂଚାୟତର ପିଙ୍ଗଲ ଗ୍ରାମରେ ପିଡିଏ ଚାଉଳର ମହା ଦୁର୍ନୀତ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣି ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଖବର ଅନୁଯାଇ ୨୦୨୨ ମସିହା ଡିସେମ୍ବର ମାସ ମହାମାରି କରୋନା ସମୟରେ ସରକାର ସାଧାରଣ ଗରିବ ରାସନ କାର୍ଡ ଧାରୀ ପରିବାର କୁ ୨ ମାସର ମାଗଣା ଚାଉଳ ଘୋଷଣା କରିଥିଲେ । ମାତ୍ର ଏହି ଚାଉଳ କୁ ଡିଲର ଗ୍ରାମ ବାସୀମାନ ଙ୍କୁ ନଦେଇ ଏହାକୁ ହେରଫେର୍ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଡିଲର ଏହି ଦୁଇମାସର ଚାଉଳ ଦେଇନଥିବା ବେଳେ ତୃତୀୟ ମାସରେ ସମସ୍ତଙ୍କ ଖାତରେ ଡିସେମ୍ବର ମାସର ଚାଉଳ ଦିଆ ଯାଇଥିବା ଦର୍ଶାଇଥିଲେ । ଏ ଖବର ଜଣାପଡିବା ପରେ ସ୍ଥାନିୟ ଗ୍ରାମବାସୀ ମାନେ ଡିଲରଙ୍କୁ ପଚାରିବାରୁ ଡିଲର ଗ୍ରାମବାସୀଙ୍କୁ ଓଲଟା ଦୁର୍ବବ୍ୟବହାର ଦେଖାଇଥିଲେ । ପରେ ସ୍ଥାନୀୟ ଲୋକ ଏସଂପର୍କରେ ସୁକିନ୍ଦା ବ୍ଲକରେ ଚାଲୁଥିବା ଜିଲ୍ଲାପଳଙ୍କ ମିଳିତ ଜନ ଶୁଣାଣିରେ ମଧ୍ୟ ଅଭିଯୋଗ କରିଥିଲେ । ମାତ୍ର କୈାଣସି ଫଳ ପଦ ହୋଇନଥିବା ବେଳେ ଏହାକୁ ସ୍ଥାନୀୟ ଗ୍ରାମ ବାସୀ ମାନେ ଏବେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଦେଖିବାକୁ ମିଳିଛି । ସେପଟେ ଏନେଇ ଗ୍ରାମର ଡିଲର ଥିବା ଦିପକ କୁମାର ଦାସ ଙ୍କ ସହ ଆମେ ଯୋଗାଯୋଗ କରିଥିଲେ ବି ସେ ଗଣମାଧ୍ୟମ ସମ୍ମୁଖ କୁ ଆସିନଥିଲେ । ଯାହା କି ପିଡିଏଫ୍ ଚାଳଉ ଦୁର୍ନୀତ ହୋଇଥିବାର ଏକ ବଡ଼ ପ୍ରମାଣ ବୋଲି କହି ହେବ ।

Leave a Reply

Your email address will not be published. Required fields are marked *