Pratidin TV

Odisha's Digital News Platform

ଚାଲିଛି ଜୋରଦାର୍ IPL ବେଟିଂ , ୨ ଜଣଙ୍କୁ ବାନ୍ଧିଲା ପୋଲିସ୍

1 min read

ମୟୂରଭଞ୍ଜ : ଆଇପିଏଲ ବେଟିଂକୁ ନେଇ ୨ଜଣ ଗିରଫ,ବାରିପଦା ଟାଉନ ଥାନା ପୋଲିସ ଦ୍ଵାରା ଆଇପିଏଲ ବେଟିଂକୁ ନେଇ ଦୁଇ ଜଣକୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ବାରିପଦା ସହରର ବିଭିନ୍ନ ସ୍ଥାନରେ ଆଇପିଏଲରେ ବେଟିଂଚାଲୁଥିବା ନେଇ ପୋଲିସକୁ ବିଶ୍ଵସ୍ତସୂତ୍ରରୁ ଖବର ମିଳିଥିଲା। ଏହାକୁ ନେଇ ଏକ ସୂତନ୍ତ୍ର ଟିମ ଶନିବାର ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଏଥିରେ ତ୍ରିଲୋଚନ ସାହୁ ଓ ତରୁଣ କୁମାର ପ୍ରଧାନଙ୍କୁ ଗିରଫ କରାଯାଇଛି। ଏଥି ସହିତ ୩ ଗୋଟି ମୋବାଇଲ ଫୋନ ଜବତ ହୋଇଛି। ଏହାକୁ ନେଇ ବାରିପଦା ଟାଉନ ଥାନାରେ କେଶ ନମ୍ବର ୨୬୦/୨୩ରେ ଏକ ମାମଲା ରୁଜୁ ହେବା ସହ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଟାଉନ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *