Pratidin TV

Odisha's Digital News Platform

ଜାରିହେଲା କଟକଣା ; ଏବେ ବିବାହରେ ବିୟର ମନା

1 min read

ହିମାଚଳପ୍ରଦେଶ : ବିବାହରେ ବିୟର ପିଇବା ମନା । ଖର୍ଚ୍ଚ କମାଇବାକୁ ପଂଚାୟତ ଜାରି କଲା କଟକଣା । ହିମାଚଳ ପ୍ରଦେଶର ଆଦିବାସୀ ବହୁଳ ଲାହୁଲ ଏବଂ ସ୍ପିଟି ଜିଲାର କେଲଙ୍ଗ ପଂଚାୟତରେ ବିଭିନ୍ନ ଉତ୍ସବରେ ହେଉଥିବା ଅତ୍ୟଧିକ ଖର୍ଚ୍ଚକୁ ରୋକିବା ପାଇଁ ବିୟର ପିଇବାକୁୁ ନିଷିଦ୍ଧ କରିବା ଲାଗି ଏକ ପ୍ରସ୍ତାବ ପାରିତ କରିଛି ।

ସୋମବାର ଏସମ୍ପର୍କରେ ସୂଚନା ଦିଆଯାଇଛି । ପଂଚାୟତ ମୁଖ୍ୟ ସୋନମ ଜାଙ୍ଗପୋ କହିଛନ୍ତି, ରବିବାର ଅନୁଷ୍ଠିତ ଗ୍ରାମ ସଭାର ବୈଠକରେ ବିବାହ ତଥା ଅନ୍ୟାନ୍ୟ ଉତ୍ସବରେ ବିୟର ପରସା ଯିବା ଉପରେ ନିଷେଧାଦେଶ ଜାରି ହୋଇଛି । ସେ କହିଛନ୍ତି ବିବାହ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବାହ୍ୟ ସଂସ୍କୃତିର ମିଶ୍ରଣ ତଥା ଖର୍ଚ୍ଚକୁ ରୋକିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଜିଲା ପରିଷଦର ସଦସ୍ୟ କୁଙ୍ଗା ବୋଡ ଆଶା ପ୍ରକଟ କରିଛନ୍ତି, ସଂସ୍କୃତି ଏବଂ ପରମ୍ପରାର ସଂରକ୍ଷଣକୁ ନେଇ ଯୁବକମାନେ ମଧ୍ୟ ଚିନ୍ତିତ ଥିବାରୁ ଖୁବ ଶୀଘ୍ର ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯିବ ।

Advertisement

କେଲଙ୍ଗ ବଜାରରେ ଯାନବାହାନର ଏକପାଖିଆ ଗତିବିଧି ଆରମ୍ଭ କରିବା, ବୈଠକରେ ଆଲୋଚନା କରାଯାଇଥିଲା । ରୋହତଙ୍ଗ ପାସ ଅନ୍ତର୍ଗତ ଅଟଳ ଟନେଲ ନିର୍ମାଣ ପରେ କେଲଙ୍ଗକୁ ପର୍ଯ୍ୟଟକଙ୍କ ଆସିବା ବହୁଗୁଣିତ ହୋଇଛି । ଏହାପୂର୍ବରୁ କିନ୍ନୌର ଜିଲାର ହଙ୍ଗରଙ୍ଗ ଘାଟିର ସୁମରା ପଂଚାୟତ ବିବାହରେ ଆଦିବାସୀ ରୀତିନୀତି ପାଳନ କରିବା ଏବଂ ବଲିଉଡ ପରି ବିବାହ ଶୈଳୀକୁ ରୋକିବା ପାଇଁ ଏକ ପ୍ରସ୍ତାବ ପାରିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *