Pratidin TV

Odisha's Digital News Platform

(ଭିଡିଓ)ବିଭୁ ଆଉ ଅର୍ପିତା ମିଶି ମୋ ଝିଅକୁ ହତ୍ୟା କରିଛନ୍ତି – ମୃତ ପଲିଟେକନିକ୍ ଛାତ୍ରୀ ରୋଜାଲିନଙ୍କ ମାଁ

1 min read

ଯାଜପୁର : ଝିଅର ମୃତ୍ୟୁକୁ ପୁରିଲାନି ୧୫ ଦିନ ହେଲେ ଏଯାଏଁ ମିଳିପାରୁନି ଯାଜପୁର ଯାଜପୁର ପଲିଟେକନିକ୍ ଛାତ୍ରୀ ରୋଜାଲିନଙ୍କ ମୃତ୍ୟୁର କାରଣ । ଆସିନି ଶବବ୍ୟବିଚ୍ଛେଦ ରିପୋର୍ଟ । କେମିତି ମରିଲେ ରୋଜାଲିନ୍ । ଆତ୍ମହତ୍ୟା ନା ଷଡଯନ୍ତ୍ର ମୂଳକ ହତ୍ୟା । ରାତିରେ ମାଁଙ୍କ ସହ ଭଲରେ କଥାହୋଇ ଶୋଇଥିଲେ । ସକାଳୁ ଫୋନ ଆସିଲା ଝିଅ ଅସୁସ୍ଥ ଅଛି କିନ୍ତୁ ଘର ଲୋକ ପହଞ୍ଚି ଦେଖନ୍ତି ତ ତାଙ୍କର ଏକମାତ୍ର ଆଶାଭରସ। ଗେହ୍ଲି ଝିଅ ଝୁଲୁଛି ହଷ୍ଟେଲ ରୁମରେ । କିନ୍ତୁ ତାହା ଆତ୍ମହତ୍ୟା ନା ହତ୍ୟା ତାହା ବର୍ତ୍ତମାନ ସୁଦ୍ଧା ପ୍ରମାଣ କରିପାରୁନି ପୋଲିସ । ମୃତ୍ୟୁ ପରେ ଝିଅକୁ ଦିଆଯାଇଥିବା ସିମ୍ ମଧ୍ୟ କଲେଜ୍ ହଷ୍ଟେଲ ମୋବାଇଲରୁ ଗାୟବ ଥିଲା ।

ତେବେ ରୋଜାଲିନ୍ ଜଣେ ମେଧାବୀ ଛାତ୍ରୀ ହୋଇଥିବାରୁ କଲେଜରେ କିଛି ସାଙ୍ଗମାନେ ତାଙ୍କ ଉପରେ ରାଗ ରଖିଥିଲେ ଏବଂ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ମୃତ୍ୟୁ ପୂର୍ବରୁ ମାଁଙ୍କୁ ଫୋନରେ କହିଥିଲେ ରୋଜାଲିନ୍ । ଝିଅ ୨ ବର୍ଷ ମଧ୍ୟରେ ୪ଟି କ୍ୟାମ୍ପସରେ ଚୟନ ହୋଇଥିବା ବେଳେ ତାଙ୍କରୀ କ୍ଲାସରେ ଅର୍ପିତା ଓ ବିଭୁ ବୋଲି ଦୁଇଜଣ ଛାତ୍ରଛାତ୍ରୀ ଅର୍ପିତାଙ୍କୁ ଗାଳିଗୁଲଜ୍ କରିବା ସହ ତାଙ୍କୁ ଧମକ୍ ମଧ୍ୟ ଦେଉଥିଲେ ବୋଲି ଆଜି ଅର୍ପିତାଙ୍କ ମାଁ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ମୃତୁ୍ୟର ପୂର୍ବଦିନ ମଧ୍ୟ ରୋଜାଲିନଙ୍କୁ ସାଙ୍ଗ ବିଭୁ ଚାପୁଡା ମାରିୁଥିବା ଘଟଣା ତାଙ୍କ ମାଁ ଖୁଲାସା କରିଛନ୍ତି । ତାସହ ପୋଲିସ ବର୍ତ୍ତମାନ ସପୃକ୍ତ ମାମଲାରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଜେରା କରୁଛି ।

Advertisement

ଯିଏକି ବିଭୁ ଓ ଅର୍ପିତାଙ୍କ ପାଖରୁ ନମ୍ବର ନେଇ ରୋଜାଲିନ୍ଙ୍କୁ ହଇରାଣ କରୁଥିଲେ । ତେବେ ଦେଖିବା ବାକି ରହିଲା ସପୃକ୍ତ ମାମଲାରେ କେବେ ଛାତ୍ରୀ ରୋଜାଲିନଙ୍କୁ ନ୍ୟାୟ ମିଳୁଛି । ନାଁ ବିଜେପି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କ ଭଳି ଏକ ମାମଲା ମଧ୍ୟ କାଗଜ କଲମରେ ସୀମିତ ରହୁଛି ।

Leave a Reply

Your email address will not be published. Required fields are marked *