Pratidin TV

Odisha's Digital News Platform

ସାବଧାନ ! ଏଣିକି ଫେସ୍ବୁକ୍ ଓ ଇଷ୍ଟାଗ୍ରାମରେ ଶେୟାର କରିପାରିବେନି ୧୮ ବର୍ଷରୁ କମ ବୟସ ପିଲାଙ୍କ ଅର୍ଦ୍ଧନଗ୍ନ ଫଟୋ, ଲାଗୁହେଲା …

1 min read

ନୂଆସିଲ୍ଲୀ : ଫେସ୍ବୁକ୍ ଓ ଇଷ୍ଟାଗ୍ରାମରେ ଶେୟାର ହୋଇପାରିବନି ନଗ୍ନ ଫଟୋ । ଏବେ ସର୍କୁଲେଟ ହେବନି ୧୮ ବର୍ଷରୁ କମ ବୟସର ପିଲାଙ୍କ ଅର୍ଦ୍ଧନଗ୍ନ ଫଟୋ । ଲଂଚ ହେଲା ‘ଟେକ ଇଟ ଡାଉନ’ ଟୁଲ । ସୋସିଆଲ ମିଡିଆର ଜଣାଶୁଣା କମ୍ପାନୀ ମେଟା ୟୁଜର୍ସଙ୍କ ପାଇଁ ‘ଟେକ ଇଟ ଡାଉନ’ ଟୁଲ ଲଂଚ କରି ଦେଇଛି । ଏହି ଟୁଲ ସାହାଯ୍ୟରେ ପ୍ଲାଟଫର୍ମରେ ନ୍ୟୁଡ କଂଟେଂଟକୁ ସୁର୍କୁଲେଟ କରିବାରୁ ରୋକାଯାଇ ପାରିବ । ଏହି ଟୁଲକୁ ନ୍ୟାଶନାଲ ସେଂଟର ଫର ମିସିଂ ଆଣ୍ଡ ଏକ୍ସପ୍ଲେଇଡେଟ ଚିଲଡ୍ରେନ ଦ୍ୱାରା ଅପରେଟ କରାଯାଉଛି । ଏହି ଟୁଲକୁ ଲଂଚ କରିବାର ଉଦେ୍ଦଶ୍ୟ ସେକ୍ସର୍ଟଶନ ମାମଲାକୁ କମ କରିବା ଓ ଲୋକଙ୍କ ପ୍ରାଇଭେସିକୁ ସୁରକ୍ଷିତ ରଖିବା ।

ନଗ୍ନ ଫଟୋ ପଠାଇ ବ୍ଲାକ୍ ମେଲ୍ କରିବା ଓ ଲୋକଙ୍କ ପ୍ରାଇଭେସିକୁ ସୁରକ୍ଷା ଦେବାକୁ ଏହି ‘ଟେକ୍ ଇଟ୍ ଡାଉନ୍’ ଟୁଲ୍ ଲଂଚ କରାଯାଇଛି । କେବଳ ସେତିକି ନୁହେଁ ଏଥିରେ ପୁରୁଣା ନ୍ୟୁଡ୍ ଫଟୋଗୁଡ଼ିକ ମଧ୍ୟ ହଟାଇ ଦିଆଯିବ । ଏହି ଟୁଲ୍ ମାଧ୍ୟମରେ ଯଦି ୟୁଜର କୌଣସି ଫଟୋକୁ ରିପୋର୍ଟ କରିବେ ତେବେ ଉକ୍ତ ଫଟୋର ଏକ ଡିଜିଟାଲ୍ ଫିଙ୍ଗରପ୍ରିଂଟ ହେଇଯିବ । ଏହାକୁ ହାଶେସ୍ବୋଲି କୁହାଯାଇଥାଏ । ଅର୍ଥାତ୍ ଆପଣଙ୍କର ଫଟୋଟି ଏକ କୋଡରେ ପରିଣତ ହୋଇଯିବ । ଫଳରେ ଏହାକୁ କେହି ଦେଖିପାରିବେ ନାହିଁ । ଟେକ୍ ଇଟ୍ ଡାଉନ୍ ଟୁଲ୍ର ଭଲ କଥା ହେଉଛି ଥରେ ଏହିଭଳ ଫଟୋକୁ ରିପୋର୍ଟ କରିବା ପରେ ଆପଣ ବ୍ୟବହାର କରୁଥିବା ସୋସିଆଲ୍ ମିଡିଆର ସମସ୍ତ ନ୍ୟୁଡ୍ ଫୋଟୋ ବ୍ଲକ୍ ହୋଇଯିବ । ଫଟୋକୁ ଅପ୍ଲୋଡ୍ କଲେ ବି ଏହା ସମ୍ଭବ ହେବ ନାହିଁ । ଚଳିତ ବର୍ଷ ହନ୍ଦୀରେ ଏହି ଟୁଲ୍କୁ ଲଂଚ କରାଯିବ । ଆସନ୍ତା ଦିନମାନଙ୍କରେ ଅନ୍ୟ ଆଂଚଳିକ ଭାଷାରେ ବି ଏଗୁଡ଼ିକୁ ଲଂଚ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।

Advertisement

ଏହାକୁ ଲଞ୍ଚ କରିବାର ମୁଖ୍ୟ ଉଦେ୍ର୍ଦଶ୍ୟ ହେଲା ଭାରତରେ ଇଣ୍ଟରନେଟ ୟୁଜର୍ସଙ୍କ ସଂଖ୍ୟା ବହୁତ ଅଧିକ ଓ ଏମାନଙ୍କ ମଧ୍ୟରୁ କିଛି ପ୍ରତିଶତ ୧୮ ବର୍ଷରୁ କମ ବୟସର । ଛୋଟଛୋଟ ପିଲାମାନେ ବହୁ ପରିମାଣରେ ଇଣ୍ଟରନେଟର ବ୍ୟବହାର କରୁଥିବା ବେଳେ ଏମାନେ ସହଜରେ ଅନ୍ୟ ଜଣଙ୍କ ଜାଲରେ ଫସିଯାଉଛନ୍ତି, ଓ ପରେ ଫସାଇଥିବା ଲୋକେ ଏହାର ଫାଇଦା ଉଠାଉଛନ୍ତି । ହେଲେ ଏବେ ଏସବୁ ଉପରେ ଲଗାମ ଲାଗିବ ।

Leave a Reply

Your email address will not be published. Required fields are marked *