ତାତିରେ ସିଜୁଛି ଓଡିଶା ; ଆଜିଠୁ ରାଜ୍ୟରେ ସ୍କୁଲ ଓ ଅଙ୍ଗନବାଡି ବନ୍ଦ
1 min readଭୁବନେଶ୍ୱର : ସକାଳୁ ସକାଳୁ ଆକାଶରୁ ନିଆଁ ବର୍ଷିବା ଆରମ୍ଭ ହୋଇଗଲାଣି । ଟିକେ ଖରାକୁ ବାହାରିଲେ ହାତ ମୁହଁ ଦେହ ଜଳିଗଲା ଭଳି ଅନୁଭବ ହେଉଛି । ଭୁବନେଶ୍ୱରର ତାପମାତ୍ରା ସକାଳ ୮ ଟା ସୁଦ୍ଧା ୩୨ ଡିଗ୍ରୀ ଓ ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ୩୯ ଡିଗ୍ରୀରେ ପହଞ୍ଚି ଯାଇଥିଲା । ଖାଲି ଭୁବନେଶ୍ୱର କାହିଁ ରାଜ୍ୟରେ ଅନେକ ସ୍ଥାନରେ ଦିନ ଦ୍ୱିପହର ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିସାରିଥିଲା । ଆଜି ରାଜ୍ୟର ସର୍ବୋଚ ତାପମାତ୍ରା ୪୧.୬ ଡିଗ୍ରୀ ବାରିପଦାଠାରେ ରେକର୍ଡ ହୋଇଯାଇଛି।
ଏନେଇ ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ୧୨ ତାରିଖ ଠାରୁ ୧୬ ତାରିଖ ଯାଏ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଉଭୟ ସରକାରୀ ଓ ବେସରକାରୀ ସ୍କୁଲର ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ସବୁ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗ୍ରୀଷ୍ମ ପ୍ରବାହର ସମୀକ୍ଷା କରି ଏହି ନିଦେ୍ର୍ଦଶ ଦେଇଛନ୍ତି ।୧୬ ତାରିଖ ପରେ ପରିସ୍ଥିତିକୁ ଦେଖି ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ।