Pratidin TV

Odisha's Digital News Platform

ବେଦାନ୍ତ ଫେକର କମ୍ପାନୀ ଅଗ୍ନିବିସ୍ପୋରଣ ଘଟଣା ; କମ୍ପାନୀ ଆଗରେ ୧୪୪ ଧାରା ଲାଗୁ , ୨ ଗୁରୁତର ଶ୍ରମିକଙ୍କୁ ମୁମ୍ବାଇ ଏୟାରଲିଫ୍ଟ

1 min read

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ସ୍ଥରାନ୍ଦୀଆଠାରେ ଥିବା ବେଦାନ୍ତ ଫେକର କମ୍ପାନୀରେ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଗତ ୧୫ ଦିନ ପୂର୍ବରୁ ଫରନେସରୁ ଅଗ୍ନିବିସ୍ପୋରଣ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଉଥିବାବେଳେ । ପୁଣି ସେହି ଫରନେସରୁ ଅଗ୍ନିବିସ୍ପୋରଣ ହୋଇ ଗତକାଲି ଦୁଇଜଣ ଶ୍ରମିକ ଜଳିଯାଇଛନ୍ତି ।

ସେମାନଙ୍କ ଅବସ୍ଥା ଉଦବେଗ ଜନକ ରହିଛି । ତେଣୁ ଶ୍ରମିକ ଓ ସ୍ଥାନୀୟ ଅଞ୍ଚଳରେ ଉତେଜନା ଲାଗି ରହିଛି । ଏହିସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କମ୍ପାନୀ ଗେଟ ସହିତ ୨୦୦ ମିଟର ଅଞ୍ଚଳରେ ୧୪୪ ଧାରା ଆଜିଠାରୁ ଲାଗିଛି । ଏହାଆସନ୍ତା ୧୪ ତାରିଖ ସକାଳ ୬ ଟା ପର୍ୟ୍ୟନ୍ତ ବଳଵତ୍ତର ରହିବ ।

Advertisement

ତେବେ ଗୁରୁତର ୨ ଶ୍ରମିକଙ୍କୁ ଚିକିତ୍ସାଳୟ ନିମନ୍ତେ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି । ଗୁରୁତର ୨ ଶ୍ରମିକ ହେଲେ ବରପଦା ଅଞ୍ଚଳର ବିଜୟ ମହାପାତ୍ର ଓ ରାନ୍ଦିଆ କୋରଣ୍ଟ ଅଞ୍ଚଳର ରତିକାନ୍ତ ସୂତାର । ଉଭୟ ବେଦାନ୍ତ ଫେକର କମ୍ପାନିର ଫର୍ନେସରେ ଚାର୍ଜିଂ କାର୍ ଅପରେଟର ଭାବେ କାମ କରୁଥିବା ବେଳେ ଗତକାଲି ଦୁର୍ଘଟଣା ଘଟିଥିଲା। ଫଳରେ ନିଆଁରେ ପୋଡ଼ି ହୋଇ ଦୁଇ ଶ୍ରମିକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇ ପଡ଼ିଥିଲେ ।

Leave a Reply

Your email address will not be published. Required fields are marked *