Pratidin TV

Odisha's Digital News Platform

ରୀତା ସାହୁ ମର୍ଡର ପର୍ଦାଫାସ ; ମୃତୁ୍ୟ ପୂର୍ବରୁ ପ୍ରେମିକ ରୀତାକୁ ୧୬ ଥର ..

1 min read

ଦେବଗଡ : ଗତ ମଙ୍ଗଳବାର ରାତି ମହିଳା ଫାଇନାନ୍ସ କର୍ମଚାରୀ ରିତା ସାହୁ ହତ୍ୟା ଘଟଣାରେ ଦେବଗଡ଼ ଥାନା ପୁଲିସ ଆଜି ୨ ଅଭିଯୁକ୍ତ ପ୍ରେମିକ ଅଶ୍ୱିନୀ ଷଣ୍ଢ ଓ ଭଡ଼ାଟିଆ ସୁପାରୀ କିଲର ଶ୍ୟାମ ଖଡ଼ିଆ ଓରଫ ଚେରୁକୁ କୋର୍ଟ ଚାଲାଣ କରିଛି । ଏନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରମୋଦ କୁମାର ରଥ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଅଶ୍ୱିନୀ ସହ ଦୀର୍ଘ ବର୍ଷ ଧରି ରିତାଙ୍କ ପ୍ରେମ ସମ୍ପର୍କ ଥିଲା । ଦେବଗଡ଼ କୁ ବଦଳି ହେବା ପରେ ସମ୍ପର୍କ ଛିନ୍ନ କରିବାରୁ ପ୍ରେମରେ ବିଫଳ ହୋଇ ଅଭିଯୁକ୍ତ ହତ୍ୟାକାରୀ ସାଜିଥିବା ଏସପି ଶ୍ରୀ ରଥ ପ୍ରକାଶ କରିଛନ୍ତି ।

ହତ୍ୟା ପୂର୍ବରୁ ରିତାକୁ ୧୬ ଥର ଛୁରୀ ଭୁସିବା ପରେ ଭଡ଼ାଟିଆ ସୁପାରୀ କିଲର ଏକ ପଥରରେ ଛେଚି ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ଦେବଗଡ଼ରୁ ଚେରୁ ଏକ ବାଇକ ଚୋରି କରି ଫେରାର ହୋଇଯାଇଥିଲା । ମୃତ ରିତାଙ୍କ ମା’ ମଞ୍ଜୁ ଦେବୀ ଓ ତାଙ୍କ ଭଉଣୀ ଥାନାରେ ଲିଖିତ ଅଭିଯୋଗ ପରେ ଦେବଗଡ଼ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ।

Advertisement

ଅଭିଯୁକ୍ତ ଦ୍ୱୟଙ୍କୁ କାବୁ କଲା ପରେ ଉଭୟ ଘଟଣାରେ ସମ୍ପୃକ୍ତ ଥିବା ଓ ହତ୍ୟା କରିଥିବା ସ୍ୱୀକାର କରିଥିଲା । ଏବଂ ଗତକାଲି ପୁଲିସ ଅଭିଯୁକ୍ତଙ୍କୁ ନେଇ ଘଟଣା ସ୍ଥଳରେ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା । ଏହି ହତ୍ୟା ମାମଲାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅନିଲ କୁମାର ବେଉରିଆ, ଆଦର୍ଶ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ ଓ ଅତିରିକ୍ତ ଥାନାଧିକାରୀ ସରୋଜ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *