Pratidin TV

Odisha's Digital News Platform

ପୁଣି ପରଦାକୁ ଫେରିଲେ ରେହା ଚକ୍ରବର୍ତ୍ତୀ ; ଏହି ହିଟ୍ ଶୋ’ରେ ଆସିବେ ନଜର ..

1 min read

ମୁମ୍ବାଇ : ବିବାଦ ପରେ ପୁଣି ଚର୍ଚ୍ଚାରେ ବଲିଉଡ୍ କୁଇନ୍ ରେହା ଚକ୍ରବର୍ତ୍ତୀ । ଦୀର୍ଘ ୩ ବର୍ଷ ପରେ ସେ ପୁଣି ଥରେ ପରଦାକୁ ଫେରୁଛନ୍ତି । ବଡ଼ ପରଦାକୁ ନହେଲେ ବି ସେ ଏବେ ଛୋଟ ପରଦାରେ ନଜର ଆସିବେ। ଏମଟିଭି ରୋଡିଜ-୧୯ରେ ସେ ଗ୍ୟାଙ୍ଗ ଲିଡର ହେବେ ରିୟା ଚକ୍ରବର୍ତ୍ତୀ। ନିକଟରେ ରୋଡିଜର ଏକ ଟ୍ରିଜର ରିଲିଜ୍ ହୋଇଛି ଯେଉଁଥିରେ ରେହା ଏକ ଷ୍ଟଣ୍ଟ କରୁଥିବାର ନଜର ଆସିଛନ୍ତି । ଆଉ କହୁଛନ୍ତି – ଆପଣାମନେ କଣ ଭାବିଥିଲେ ମୁଁ ଫରେିବିନି ,ଡରିଯିବି । ଆଉ ଆସିବିନି । ଏଥର ମୁଁ ନୁହେଁ ବରଂ ଆଉ କିଏ ଡରିବ । ତେବେ ଦେଖାହେବ ଅଡିଶନରେ ।

ଶୁଣିବାକୁ ମିଳୁଛି ଯେ ପ୍ରିନ୍ସ ନରୁଲା ଏବଂ ଗୌତମ ଗୁଲାଟିଙ୍କ ପରେ ତୃତୀୟ ଗ୍ୟାଙ୍ଗ ଲିଡରଙ୍କ ନାଁ ରିୟା ଚକ୍ରବର୍ତ୍ତୀ ବୋଲି ନିର୍ମାତା ଘୋଷଣା କରିଛନ୍ତି ।

Advertisement

ରେହା ଆଉ ମଧ୍ୟ କହିଛନ୍ତି ଯେ ” MTV   ରୋଡିଜ୍ କର୍ମ ୟା କାଣ୍ଡ ର ଅଂଶ ହୋଇ ମୁଁ ଅତ୍ୟଧିକ ଆନନ୍ଦିତ, ଯାହା ଏକ ସାଂସ୍କୃତିକ ଘଟଣା। ମୁଁ ସୋନୁ ସୁଦ ଏବଂ ମୋର ସାଥୀ ଗ୍ୟାଙ୍ଗ ନେତାଙ୍କ ସହ କାମ କରିବାକୁ ଅପେକ୍ଷା କରିଛି ଏହି ରୋମାଞ୍ଚକର ଯାତ୍ରା ସମୟରେ ମୋର ସଂକଳ୍ପବଦ୍ଧ ଏବଂ ନିର୍ଭୟରେ ପାର୍ଶ୍ୱ ପ୍ରଦର୍ଶନ କରିବାକୁ ପାଆନ୍ତୁ ି । ଏହି ଅବିଶ୍ୱାସନୀୟ ନୂତନ ଦୁସାହସିକ କାର୍ୟ୍ୟ ପାଇଁ ପ୍ରଶଂସକଙ୍କ ଠାରୁ ପ୍ରେମ ଏବଂ ସମର୍ଥନ ପାଇବାକୁ ମୁଁ ଆଶା କରେ!

https://www.instagram.com/reel/Cq18BMMJMbm/?utm_source=ig_web_copy_link

ତେବେ ରୋଡିଜର ଏହି ନୂତନ ସିଜିନରେ ସୋନୁ ସୁଦଙ୍କ ଦମଦାର୍ ହୋଷ୍ଟିଂ ଦେଖିବାକୁ ପାଇବେ ପ୍ରଶଂସକ ।
ରିୟାଙ୍କ ଏହି ଭିଡିଓ ଦେଖିବା ପରେ ତାଙ୍କ ପ୍ରଶଂସକ ଖୁସି ଥିବା ବେଳେ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଏହା ନାପସନ୍ଦ କରିଛନ୍ତି। ରିୟାଙ୍କୁ ଗ୍ୟାଙ୍ଗ ଲିଡର କରିଥିବାରୁ ଲୋକେ ନିର୍ମାତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ରୋଡିଜକୁ ବିବାଦୀୟ ଓ ସୋ’ର ଟିଆରପି ବଢ଼ାଇବାକୁ ରିୟାଙ୍କୁ ଗ୍ୟାଙ୍ଗ ଲିଡର କରାଯାଇଥିବା ଲୋକେ ଆଲୋଚନା କରୁଛନ୍ତି।ସୂଚନା ଥାଉକି, ୨୦୨୦ରେ ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରାଯାଇଥିଲା। ଏହା ପରେ ବେଆଇନ ଡ୍ରଗ୍ସ କାରବାର ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଜେଲ ଯାଇଥିଲେ।

Leave a Reply

Your email address will not be published. Required fields are marked *