Pratidin TV

Odisha's Digital News Platform

ମନ୍ଦିରରେ ୫୦ ବର୍ଷ ଧରି ଜଳୁଛି ଚୁଲି, କିନ୍ତୁ ବାହାରୁ ନାହିଁ ପାଉଁଶ

1 min read

କଟକ : ଜିଏ ବି ଦେଖିବ ଏବଂ ଶୁଣିବ ନିଶ୍ଚୟ ତାଜୁବ ହେଇଜିବ, ଭାରତବର୍ଷରେ ଅନେକ ଆଲୌକିକ ଘଟଣା ମଧ୍ୟରୁ ଏହା ମଧ୍ୟ ଗୋଟିଏ । ଶ୍ରୀରାମ ନବମୀ ଠାରୁ ନଅରାତ୍ର ବା ୯ ଦିନ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ଚୂଲିରେ ରୋଷେଇ ହେଉଛି କିନ୍ତୁ ଚୂଲିରେ ରହୁ ନାହିଁ ପାଉଁଶ ତାହା ପୁଣି ୫୦ ବର୍ଷ ଧରି। କଟକ ଜିଲ୍ଲା ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ଗ୍ରାମରେ ୫୦ ବର୍ଷ ତଳେ ଲାଗିଥିଲା ନିଆଁ, ଅନେକ ଘର ନଷ୍ଟ ହୋଇଥିଲା ।

ଗ୍ରାମବାସୀ ବିଚାର କଲେ ଆମ୍ଭ ଗ୍ରାମରେ ଏକ ଶ୍ରୀରାମଙ୍କ ମନ୍ଦିର କରି ପୂଜା କରିବା । ସେବେ ଠାରୁ ଗଢିଉଠିଛି ଏହି ମନ୍ଦିର, ମନ୍ଦିରରେ ପୂଜା ପାଉଛନ୍ତି ଦାରୁ ଦେବତା ରାମ, ଲକ୍ଷ୍ମଣ, ସୀତା । ଜାହାକି ରଘୁନାଥଜିଉ ମନ୍ଦିର ନାମରେ ବିଖ୍ୟାତ । ଶ୍ରୀରାମ ନବମୀରୁ କଳଶ ପୂଜା କରି ବ୍ରତଧାରୀ ମାନେ ଏହି ମନ୍ଦିରରେ ରହି ଖାଇଥାନ୍ତି ଏବଂ ରାମଲୀଳା ପରିବେଷଣ କରିଥାନ୍ତି । କିନ୍ତୁ ଆଶ୍ଚର୍ୟ୍ୟ ଦୀର୍ଘ ୫୦ ବର୍ଷ ଧରି ବ୍ରତଧାରି ମାନଙ୍କ ପାଇଁ ହେଉଥିବା ରୋଷ ଘର ଚୂଲିରେ କେଭେ ହେଲେ ପାଉଁଶ ରହେ ନାହିଁ।

Advertisement

ବିଡା ବିଡ଼ା କାଠ ଜଳାଜାଇ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ପାଇଁ ରୋଷେଇ ହେଉଥିଲେ ମଧ୍ୟ ଚୂଲି ରେ ହୁଏ ନାହିଁ ପାଉଁଶ ତାହା ପୁଣି ଦୀର୍ଘ ୫୦ ବର୍ଷ ଧରି ଏମିତି ଆଲୌକିକ ଘଟଣା ଘଟି ଚାଲିଛି । ଜାହାକି ଶ୍ରଦ୍ଧାଳୁ ମାନଙ୍କ ବିଶ୍ଵାସ ଭଗବାନଙ୍କ ଉପରେ ଦ୍ଵିଗୁଣିତ ହେଇଜାଇଛି । ଠାକୁରଙ୍କର ସମସ୍ତ ନୀତି କାନ୍ତି ଏବଂ ପୂଜା ବିଧି ସୁଚାରୁ ରୂପେ ପ୍ରତ୍ୟେକ ଦିନ ପାଳନ କରା ଜାଏ ବିଶେଷ ଭାବେ ଠାକୁରଙ୍କ ବେଷ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ ।

Leave a Reply

Your email address will not be published. Required fields are marked *