Pratidin TV

Odisha's Digital News Platform

ଆଜି ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡିଆ ନବବର୍ଷ , ଆଜିଠୁ ଓଡିଶାରେ ହେବ ନୂତନ ପଞ୍ଜିକା ପ୍ରଚଳନ ..

1 min read

ଭୁବନେଶ୍ୱର : ଆଜି ପବିତ୍ର ମହାବିଷୁନ ବା ପଣା ସଂକ୍ରାନ୍ତି । ଆଜିର ଦିନକୁ ଆମେମାନେ ଓଡିଆ ନବବର୍ଷ ରୂପେ ପାଳନ କରିଥାଉ ।ସେହିପରି ପଣା ସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ଆଜି ହନୁମାନଙ୍କୁ ଉପାସନା ସହ ଶ୍ରୀରାମଙ୍କୁ ମଧ୍ୟ ଅନେକ ସ୍ଥାନରେ ଉପାସନା କରଯାଏ । କାରଣ ମାନ୍ୟତା ରହିଛି ଯେ ଆଜିର ଦିନରେ ଶ୍ରୀରାମଙ୍କ ଉପାସନା କଲେ ହନୁମାନ ପ୍ରଶନ୍ନ ହୋଇଥାନ୍ତି ।

ଆଜି ପଣା ସଂକ୍ରାନ୍ତି ଅବସରରେ ପ୍ରତିଟି ଓଡ଼ିଆଙ୍କ ଘରେ ବିଭିନ୍ନ ପଣା ପ୍ରସ୍ତୁତ କରାଯାଇଥାଏ। ବୃନ୍ଦାବତୀ ମୂଳରେ ପଣା ପୂଜା କରାଯାଏ। ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ ।

Advertisement

ଆଜିଠାରୁ ମଧ୍ୟ ନୂତନ ପାଞ୍ଜିଗଣନା ଆରମ୍ଭ ହୁଏ । ଏହି ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ବିଶେଷତ୍ୱ ହେଲା, ଏହିଦିନ ସୂର୍ୟ୍ୟ ଖଗୋଳ ପଥରେ ଯେଉଁ କଳ୍ପିତ ବିନ୍ଦୁରେ ପହଞ୍ଚନ୍ତି ତାହା ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ। ତେନେ ଦୋଳ ପୂର୍ଣ୍ଣିମାରେ ନୂତନ ପଞ୍ଜିକା ମହାପ୍ରଭୁଙ୍କ ଠାରେ ପୂଜା ପାଇଁ ଲାଗି ହୋଇଥାଏ । ତେଣୁ ନୂତନ ପଞ୍ଜିକା ଅନୁ୍ୟାୟୀ ଆଜିଠାରୁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ସମେତବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ନେଇ ଧାର୍ଯ୍ୟ କରାଯାଏ ।

Leave a Reply

Your email address will not be published. Required fields are marked *