Pratidin TV

Odisha's Digital News Platform

ଡିଗ୍ରୀ ଥାଇ ମଧ୍ୟ ମିଳିଲାନି ଚାକିରୀ , ବେକରେ ଗାମୁଛା ବାନ୍ଧି ଝୁଲି ପଡିଲେ ଯୁବକ

1 min read

ବାଲେଶ୍ୱର : ଉତ୍କଟ ହେଲ।ଣି ବେକାରି ସମସ୍ୟା ଚାକିରି ନପାଇ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କଲେ ଯୁବକ । ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ବଳିବାଡ ଅଞ୍ଚଳରେ । ବଳିବାଡ ଗ୍ରାମର ବାବାଜି ମଲିକ ଙ୍କ ପୁଅ ସରୋଜ ଚାକିରି ନପାଇ ନିରାଶ ହୋଇ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି ।

ସରୋଜ ଛାତ୍ର ଜୀବନରେ ଜଣେ ମେଧାବୀ ଛାତ୍ର ଥିଲେ । ବିଜ୍ଞାନ ରେ ସ୍ନାତକ ପରେ ଚାକିରି ପାଇଁ ଆର୍ମୀ, ନେଭି, ଏୟାରଫୋର୍ସ ଭଳି ବିଭିନ୍ନ ବିଭାଗରେ ଇଣ୍ଟରଭ୍ୟୁ ଦେଉଥିଲେ ମାତ୍ର ଚାକିରି କେଉଁଠି ନପାଇ ନିରାଶ ହେବା ପରେ ହତୋତ୍ସାହିତ ହୋଇ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି । ସୋର ପୋଲିସ୍ ଖବର ପାଇ ଶବ ଜବତ୍ କରି ବ୍ୟବଛେଦ ପାଇଁ ପଠାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *