Pratidin TV

Odisha's Digital News Platform

ଗଞ୍ଜେଇ ମାଫିଆଙ୍କ ନୂଆ ଚାଲ୍ ; ନକଲି ନମ୍ବରପ୍ଲେଟ୍ ଲଗାଇ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ,ମାଡିବସିଲା ପୋଲିସ୍

1 min read

ମୋହନା : ଗଜପତି ଜିଲ୍ଲା ରାମଗିରି ଥାନାକୁ ପ୍ରଥମ ଥର ପାଇଁ ମିଳିଛି ଗଂଜେଇ ଧରିବାରେ ଏକ ବଡ଼ ସଫଳତା ଯାହାକି ରାମଗିରି ଅଞ୍ଚଳରେ ପ୍ରଥମ ଘଟଣା । ମିଳିଥିବା ସୂଚନା ପ୍ରକାରେ ଆଜି ସକାଳ ସମୟରେ ଥାନା ପୋଲିସ ପାଟ୍ରୋଲିଙ୍ଗ କରୁଥିବା ବେଳେ ପରିସଲ ପଞ୍ଚାୟତ ଅଞ୍ଚମାଛ କନିକଟରେ ଛେଳିଗଡ଼ ପଟୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ଏକ TS 09 EH 1765 (ନକଲି) ନମ୍ବର ବିଶିଷ୍ଟ ଟୋୟାଟୋ ଫୋରଚୁନେର ଗାଡିଟି ଅଟକି ଥିଲା ଦୂରରୁ ପୋଲିସ ଗାଡିକୁ ଦେଖି ଡ୍ରାଇଭର ଜଣକ ଗାଡିରୁ ଓହ୍ଲେଇ ଦୌଡି ପଳେଇଥିଲା ।

କିଛିଦୂରରୁ ଏହାଦେଖି ପୋଲିସ ସେହି ଗାଡିନିକଟରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ଗାଡ଼ିରେ ବିପୁଳ ପରିମାଣରେ ଗଂଜେଇ ଥିବା ଦେଖିବାକୁ ପାଇଥିଲା। ଏହି ଘଟଣାଟି ରାମଗିରି ଅଞ୍ଚଳରେ ପ୍ରଥମଥର ହୋଇଥିବା ବେଳେ, ଗାଡିରୁ ମୋଟ ୩୫୨କେଜି ୮୦୦ଗ୍ରାମ ଗଂଜେଇ ସହ ଗାଡି ଭିତରୁ ଆଉଏକ MH 18 AA 8001 ବିଶିଷ୍ଟ ଗାଡିର ନମ୍ବର ପ୍ଲେଟ ମିଳିଥିଲା ଯାହାକି ଗାଡିର ଅସଲି ନମ୍ବର ବୋଲି ଜଣାପଡିଛି।

Advertisement

ଜବତବେଳେ ରାମ ଗିରି ଥାନାଅଧିକାରୀ ଲୋକନାଥ ବେହେରା , ଏଏସଆଇ ପ୍ରତାପ ପ୍ରଧାନ , ହାବାଲଦାର ସତ୍ୟନାରାୟଣ ବେହେରା , କନେଷ୍ଟବଳ ସନ୍ତୋଷଦାସ , ଓଏପିଏଫ ବିଜୟରଇତ ଥିଲେ । କେଶର ଅଧିକ ତଦନ୍ତ ପାଇଁ ଆର ଉଦୟଗିରି ଥାନା ଏସଆଇ ଦୁଷ୍ମନ୍ତ କୁମାର ଅମନ୍ତ ଓ ଅତିରିକ୍ତ ତହସିଲଦାର ରାଜେଶ କୁମାର ମହାପାତ୍ର ଆସିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *