Pratidin TV

Odisha's Digital News Platform

କାହା ପାଇଁ ସରକାରୀ ଯୋଜନା ? ଭଙ୍ଗା କୁଡିଆରେ ବିତୁଛି ୫ ପ୍ରାଣୀଙ୍କ ଜୀବନ

1 min read

ଯାଜପୁର : ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦରିଦ୍ର ଶ୍ରେଣୀର ପରିବାରଙ୍କୁ ପକ୍କାଘର ଯୋଗାଇ ଦେବାର ବ୍ୟବସ୍ଥା କରିଥିବା ବେଳେ କେତେକ କ୍ଷେତ୍ରରେ ରାଜନେତା ଓ ସରକାରୀ ଅଫିସରଙ୍କ ଅସାଧୁମେଣ୍ଟ ଯୋଗୁଁ ସରକାରଙ୍କ ବହୁ ପ୍ରତିକ୍ଷୀତ ଯୋଜନାମାନ ବାଟବଣା ହୋଇଥିବା ଦେଖାଯାଇଛି ।

ଯାହାର ନିଛକ ପ୍ରମାଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଦଶରଥପୁର ବ୍ଲକ ଅନ୍ତର୍ଗତ ଚଷାଖଣ୍ଡ ପଞ୍ଚାୟତ ମିଆଁପାଟଣା ଗ୍ରାମର ସେକ୍ ମମିନ ଅଲ୍ଲୀଙ୍କ କ୍ଷେତ୍ରରେ । ତାଙ୍କ ପରିବାର କହିଲେ ୫ପ୍ରାଣୀ କୁଟୁମ୍ବ ଏବଂ ସେ ଜଣେ ଗରିବ ଶ୍ରେଣୀର ଲୋକ ସହ ଦିନ ମଜୁରିଆ ଅଟନ୍ତି । ଏକ ଭଙ୍ଗା ଘରେ ବହୁ କଷ୍ଟରେ କାଳାତିପାତ କରୁଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ଛଣଛପର ଘରଟିକୁ ମରାମତି କରିବା ମନିନ ଅଲ୍ଲୀଙ୍କ ପକ୍ଷେ ଅସମ୍ଭବ ହୋଇ ପଡିଛି । ଘରର କାନ୍ଥ ଅଧିକାଂଶ ଜାଗା ଫାଟି ଯିବା ସହ ବର୍ଷର ଅଧିକାଂଶ ଦିନ ଛଣଛପର ଉଡିଯିବାରୁ ଏହି ଘର ଉପରେ ପଲିଥିନ୍ ପକାଇ ବନ୍ଧାଯାଇଛି । ଅର୍ଥର ଘୋର ଅଭାବ ଯୋଗୁଁ ପକ୍କାଘର ନିର୍ମାଣ ତାଙ୍କ ପକ୍ଷେ କଷ୍ଟକର ହୋଇପଡିଛି ।

Advertisement

ପ୍ରଶାସନ ପକ୍ଷରୁ ତାଙ୍କୁ ଯଦି ଘର ଖଣ୍ଡେ ଯୋଗାଇ ଦିଆଯାଆନ୍ତା ତାହାହେଲେ ସେ ସେହି ଅର୍ଥରେ ପକ୍କା ଘର ନିର୍ମାଣ କରିପାରନ୍ତେ ବୋଲି ପ୍ରକାଶ କରିଛନ୍ତି । ଚ୍ୟାନେଲ୍ ମାଧ୍ୟମରେ ଜିଲ୍ଲାପାଳ, ବିଧାୟିକା ଓ ସ୍ଥାନୀୟ ସରପଞ୍ଚ ଏଥି ପ୍ରତି ଦୃଷ୍ଟି ଦେବା ସହ ତାକୁ ଗୋଟିଏ ପକ୍କା ଘର ପ୍ରଦାନ କରିବା ନିମନ୍ତେ ମମିନ୍ ଅଲ୍ଲୀ ଆକୁଳ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *