Pratidin TV

Odisha's Digital News Platform

(ଭିଡିଓ)ରେଭେନ୍ସାର MCA ଛାତ୍ର ଆକାଶ , ଗଢ଼ୁଛନ୍ତି ବସ୍ତିପିଲାଙ୍କ ଉଜ୍ଜଳ ଭବିଷ୍ୟତ

1 min read

କଟକ : ରେଭେନ୍ସା ବିଶ୍ଵବିଦ୍ୟାଳୟ ରେ ଏମ ସି ଏ କରୁଥିବା ଛାତ୍ର ଆକାଶ ଗୁପ୍ତା ଏବେ ପାଲଟିଛନ୍ତି ବସ୍ତି ପିଲାଙ୍କ ଟ୍ୟୁସନ ସାର। ସିଡିଏ ହଇରାଣ ପୁର ବସ୍ତିରେ ଥିବା ପାଖାପାଖି ୨୦ଜଣ ପିଲାଙ୍କୁ ମାଗଣା ଶିକ୍ଷା ଦେଉଛନ୍ତି ଆକାଶ । ଆକାଶ ସକାଳ ହେବା ମାତ୍ରେ ପହଞ୍ଚି ଯାଆନ୍ତି ବସ୍ତିକୁ ଆଉ ଏମ ସି ଏ ଛାତ୍ର ହୋଇଯାଆନ୍ତି ବସ୍ତି ପିଲାଙ୍କ ଟ୍ୟୁସନ ସାର । ମାତ୍ର ୨୧ ବର୍ଷ ବୟସରେ ଆକାଶଙ୍କର ଏଭଳି କାର୍ୟ୍ୟ ପାଇଁ ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ ।

ବିଡାନାସୀ ନୂଆ ସାହିର ସ୍ବର୍ଗତ ବିନୋଦ କୁମାର ଗୁପ୍ତା ଓ ଚନ୍ଦ୍ରାବତି ଦେବୀଙ୍କ ପୁଅ ଆକାଶ ୨୦୧୯ ମସିହାରେ ବିଏସସି ପଢୁଥିବା ସମୟରେ ଟ୍ୟୁସନ କରିବା ଆରମ୍ଭ କରିଥିଲେ । ଆକାଶ କୁହନ୍ତି ରାକେଶ ଧୂପର ନାମକ ଜଣେ ସାମାଜିକ କର୍ମୀ ତାଙ୍କୁ ବସ୍ତିରେ ରହୁଥିବା ପିଲାଙ୍କୁ ଟ୍ୟୁସନ କରିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ସକାଳ ୭ଟା ରୁ ୯ ଟା ଏବଂ ସନ୍ଧ୍ୟା ୫:୩୦ ରୁ ୭: ୩୦ ପର୍ୟ୍ୟନ୍ତ ବିଭିନ୍ନ ପର୍ୟ୍ୟାୟରେ ସେ ପିଲାଙ୍କୁ ପଢ଼ାଉଛନ୍ତି ।

Advertisement

ବସ୍ତିରେ ରହୁଥିବା ଲୋକେ ଯେଉଁମାନେ ଆର୍ଥିକ ଦୁର୍ବଳ ନିଜ ପିଲାଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ଅର୍ଥ ଯୋଗାଇ ପାରୁନାହାଁନ୍ତି ସେହି ପିଲା ମାନଙ୍କୁ ଶିକ୍ଷା ପ୍ରଦାନ କରି ସେମାନଙ୍କ ଉଜ୍ଜଳ ଭବିଷ୍ୟତ ଗଢ଼ିବା ଆକାଶଙ୍କ ମୂଳ ଲକ୍ଷ୍ୟ । ତେବେ ଆଗାମୀ ଦିନରେ କଟକର ଅନ୍ୟ ବସ୍ତିକୁ ଯାଇ ପିଲା ମାନଙ୍କୁ ମାଗଣା ଟ୍ୟୁସନ କରିବା ପାଇଁ କହିଛନ୍ତି ଆକାଶ ।

Leave a Reply

Your email address will not be published. Required fields are marked *