Pratidin TV

Odisha's Digital News Platform

ସ୍ତ୍ରୀ ନାଁରେ ସ୍ୱାମୀ ଆଣିଲା ଦୁଷ୍କର୍ମ ଅଭିଯୋଗ , ବିବାହର ୧୦ ବର୍ଷ ପରେ ସାମ୍ନାକୁ ଆସିଲା ଏଭଳି ସତ ..

1 min read

ଗୁଜୁରାଟ୍ : ବିବାହର ୧୦ ବର୍ଷ ପରେ ବଡ ଖୁଲାସା । ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସ୍ୱାମୀ । ସ୍ତ୍ରୀ ନାଁରେ ଆଣିଲେ ଦୁଷ୍କର୍ମ ଅଭିଯୋଗ । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଗୁଜୁରାଟ୍ ସୁରଟରୁ ଆସିଛି । ଜଣେ ସ୍ୱାମୀ ତା ସ୍ତ୍ରୀ ନାଁରେ ଦୁର୍ଷ୍କମ ଅଭିଯୋଗ ଆଣିଥିବା ବେଳେ ପୋଲିସ ଅଭିଯୋଗ ନରଖିବାରୁ ପୀଡିତ ସ୍ୱାମୀ ଶେଷରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

କୋର୍ଟରେ ଯୁବକଙ୍କ(ସ୍ୱାମୀ) ଅଭିଯୋଗ ଅନୁଯାୟୀ ସ୍ତ୍ରୀ ବିବାହ କରିବା ସମୟରେ ପ୍ରଥମ ବିବାହ ସମ୍ପର୍କରେ ଲୁଚାଇଥିଲେ । ସ୍ତ୍ରୀର ନିଜ ଅତୀତ ବିଷୟରେ କିଛି ଜଣାଇ ନଥିଲେ । ଆଉ ସେ ସବୁବେଳେ ମୋତେ ଶାରୀରିକ ସମ୍ପର୍କ ପାଇଁ ବାରମ୍ବାର ବାଧ୍ୟ କରିଥିଲା । ଏହା ଦୁଷ୍କର୍ମ ସହିତ ସମାନ । କେବଳ ଏତିକି ନୁହେଁ ବିବାହ ପରେ ହୋଇଥିବା ଦୁଇଟି ପିଲା ମଧ୍ୟରୁ ଜଣେ ହିଁ ତାଙ୍କର । ଅନ୍ୟ ପିଲାଟି ତାଙ୍କର ପ୍ରଥମ ସ୍ୱାମୀଙ୍କର ନୁହେଁ କୌଣସି ତୃତୀୟ ବ୍ୟକ୍ତିଙ୍କର ବୋଲି ଅଭିଯୋଗ ହୋଇଛି ।
ଦୁହିଁଙ୍କ ବିବାହକୁ ୧୦ ବର୍ଷ ବିତିଯାଇଥିବାବେଳେ ଏଭଳି ଏକ ଭୟଙ୍କର ସତ ସାମ୍ନାକୁ ଆସିଛି । ଦୁହିଁଙ୍କର ୨ ଟି ସନ୍ତାନ ଅଛନ୍ତି ।

Advertisement

ପିଲାଙ୍କ ଉପରେ ସନେ୍ଦହ ଆସିବାରୁ ଯୁବକ ଜଣଙ୍କ ନିଜ ୨ ପିଲାଙ୍କର ଡିଏନଏ ଟେଷ୍ଟ କରାଇଥିଲେ । କିନ୍ତୁ ଏହି ଟେଷ୍ଟର ରିପୋର୍ଟ ଆସିବାପରେ ସ୍ୱାମୀଙ୍କ ପାଦତଳୁ ମାଟିଖସିଯାଇଥିଲା । ୨ ପିଲାଙ୍କ ମଧ୍ୟରୁ ଜଣଙ୍କର ଡିଏନଏ ରିପୋର୍ଟ ମିଶିଥିବା ବେଳେ , ଅନ୍ୟ ଜଣଙ୍କର ମିଶିନଥିଲା । ଏହା ଜାଣିବା ପରେ ଯୁବକ ଜଣଙ୍କ ଥାନାର ଦ୍ୱାରସ୍ତ ହୋଇଥିଲେ ସୁଦ୍ଧା ତାଙ୍କୁ କିଛି ଫଳପ୍ରଦ ହୋଇନଥିଲା । ଶେଷରେ ଅନ୍ୟ ଉପାୟ ନପାଇ ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

Leave a Reply

Your email address will not be published. Required fields are marked *