Pratidin TV

Odisha's Digital News Platform

ସମ୍ବଲପୁରରେ ୨ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ ; ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରାକୁ ଯାଇପାରିବେ ଲୋକ ..

1 min read

ସମ୍ବଲପୁର : ସମ୍ବଲପୁରରେ ହନ୍ତସନ୍ତ ସାଧାରଣ ଜନତା । ୧୩ ତାରିଖର ହନୁମାନ ଜୟନ୍ତୀ ଶୋଭାଯାତ୍ରରେ ଆରମ୍ଭ ହୋଇଥିବା ଦଙ୍ଗା ପରେ ପରେ ଉଗ୍ର ରୂପ ନେଇ ଥିଲା । ଫଳରେ ବାଧ୍ୟହେଇ ପ୍ରଶାସନ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିବା ସହ କର୍ଫ୍ୟୁ ଜାରି କରିଥିଲା । ସ୍ଥିତିକୁ ନିଜ ନିୟନ୍ତ୍ରଣ ଭିତରକୁ ଆଣିବା ପାଇଁ ଆଜି ପୁଣି ଆଉ ୪୮ ଘଣ୍ଟା ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା ।

ତେବେ କର୍ଫ୍ୟୁ ଯୋଗୁ ସାଧାରଣ ଜନତା ମଧ୍ୟ ନାହିଁ ନଥିବା ହଇରାଣ ହେଲେଣି । ୧୩ ତାରିଖଠାରୁ ଘରୁ ବାହାରକୁ ଆସିପାରିନାହନ୍ତି ଲୋକେ । ଦୈନନ୍ଦିନ ଜୀବନର ଆବଶ୍ୟକିୟ ଜିନିଷ ମଧ୍ୟ କିଣିପାରୁନାହନ୍ତି । ଏନେଇ ଆଜି ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବ ଘୋଷଣା ଅନୁସାରେ, କଟକଣାକୁ ୨ଘଂଟା କୋହଳ କରିଛି ପ୍ରଶାସନ । ଅପରାହ୍ଣ ସାଢ଼େ ୩ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ୟ୍ୟନ୍ତ କଟକଣା କୋହଳ କରାଯାଇଛି । ଏହି ସମୟରେ ସାଧାରଣ ଲୋକ ଘରୁ ପଦାକୁ ବାହାରି ସେମାନଙ୍କ ଆବଶ୍ୟକ ଜିନିଷ କିଣିପାରିବେ ଏବଂ ଜରୁରୀ କାର୍ୟ୍ୟ କରିପାରିବେ ।

Advertisement

ପ୍ରଶାସନର ନିଷ୍ପତି ଅନୁସାରେ, ସକାଳ ୮ଟାରୁ ୧୦ଟା ଯାଏଁ ଏବଂ ଅପରାହ୍ଣ ସାଢେ ୩ଟାରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ଜରୁରୀ କାମର ବାହାରକୁ ବାହାରିପାରିବେ ଲୋକେ । କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଆତ୍ୟାବଶ୍ୟକ ସେବା ବ୍ୟତିତ ଅନ୍ୟ ସବୁ କିଛି ବନ୍ଦ ରହିବ । ସେହିପରି ଟ୍ରେନ ଯାତ୍ରୀ ଓ ବିମାନ ଯାତ୍ରୀ, ଟିକେଟ ଦେଖାଇ ଯାଇପାରିବେ । ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ୨୪ ଘଂଟିଆ ହେଲପଲାଇନ ନଂବର ଜାରି କରାଯାଇଛି । ହେଲପ ଲାଇନ ନଂବର ହେଉଛି ୭୬୫୫୮୦୦୭୬୦ । ତେବେ କୋହଳ ସମୟ ବ୍ୟତିତ ସାଧାରଣ ଲୋକ ଅନ୍ୟ ସମୟରେ ପଦାକୁ ବାହାରିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *