Pratidin TV

Odisha's Digital News Platform

ପ୍ରଶାସନକୁ ମାଓନେତାଙ୍କ ସିଧା ଟାର୍ଗେଟ୍ , ବ୍ରିଜ୍ କାମ ବନ୍ଧ ନକଲେ …..

1 min read

ନବରଙ୍ଗପୁର : ଝରୀଗାଁ ଅଂଚଳରେ ଉପସ୍ଥିତି ଜାହିର କଲେ ମାଓବାଦୀ । ଝରୀଗାଁ ଅଂଚଳର ପ୍ରସ୍ତାବିତ ଦୁଇ ନଦୀବନ୍ଧକୁ ତୀବ୍ର ବିରୋଧ । ନବରଙ୍ଗପୁର ଜିଲ୍ଲାର ଝରୀଗାଁ -ଚନ୍ଦାହାଣ୍ଡି ରାସ୍ତାରେ  ପଥିକ ମାନଙ୍କ ବିଶ୍ରାମ ନିମନ୍ତେ ତିଆରି ହୋଇଥିବା ସିମେଣ୍ଟ ବେଞ୍ଚ ଉପରୁ ଦୁଇଗୋଟି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଝରୀଗାଁ ବ୍ଲକ କାର୍ଯ୍ୟାଳୟ ଠାରୁ ଅଳ୍ପ କିଛି ଦୂରରେ ଥିବା ସେଣ୍ଟ୍ରାଲ ନର୍ସରୀ ସାମ୍ନାର ଏକ ସିମେଣ୍ଟ ବେଞ୍ଚ ଉପରେ ଦୁଇଗୋଟି ପୋଷ୍ଟର ରଖି ତା ଉପରେ ଛୋଟ ଛୋଟ ପଥର ଖଣ୍ଡ ରଖିଦେଇ ମାଓବାଦୀ ମାନେ ଚାଲିଯାଇଥିବା ଅନୁମାନ କରାଯାଉଛି ।

ଉକ୍ତ ପୋଷ୍ଟରରେ ଉଲ୍ଲେଖ ଅଛିକି ”ତେଲନଦୀ ଏବଂ ଗବାଗୁଡା ସ୍ଥିତ ସତୀଘାଟ ନଦୀ ଉପରେ ହେବାକୁ ଥିବା ଡ୍ୟାମକୁ ବନ୍ଦ କରାଯାଉ । ନଚେତ ସମ୍ପୃକ୍ତ ଠିକାଦାରକୁ ପ୍ରଜାକୋଟ ରେ ଦଣ୍ଡିତ କରାଯିବ |ତେଲନଦୀ ଉପରେ ଯଦି ଡ୍ୟାମ ତିଆରିହୁଏ ତେବେ ତେଲନଦୀ ଅଂଚଳର 10,000 ରୁ ଉର୍ଦ୍ଧ ଆଦିବାସୀ ପରିବାର ବିସ୍ଥାପିତ ହେବା ସହ ଲୋକଙ୍କ ଘର, ଜମି ଦେବଦେବୀ ଙ୍କ ମନ୍ଦିର, ସାଂସ୍କୃତିକ ସ୍ଥାନ ଓ ବନ୍ଧୁବାନ୍ଧବ ସବୁ ଉଜୁଡି ଯିବ। ଠିକ ସେପରି ସତୀଘାଟ ନଦୀ ରେ ଡ୍ୟାମ ନିର୍ମାଣ ହେଲେ ଗବାଗୁଡା ଗ୍ରାମ ର 300ରୁ ଉର୍ଦ୍ଧ ପରିବାର ଜମି ଜଳମଗ୍ନ ହୋଇଯିବେ । ଆହୁରି ମଧ୍ୟ ତେଲନଦୀ ଓ ସତୀଘାଟ ନଦୀ ଅଂଚଳରେ ବସବାସ କରୁଥିବା ଆଦିବାସୀ, ବନବାସୀ ଓ ମୂଳବାସୀ ମାନଙ୍କୁ ଆହ୍ୱାନ କରିଛନ୍ତି କି ଡ୍ୟାମ ନିର୍ମାଣ ହେବାକୁ ଥିବା ସ୍ଥାନରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣ ଦିଅନ୍ତୁ, ଯେତେଦିନ ପର୍ଯ୍ୟନ୍ତ କି ଡ୍ୟାମ କାର୍ଯ୍ୟ ବନ୍ଦ କରାନଯାଇଛି । ଜଙ୍ଗଲ ଜମି ପଟ୍ଟା ଦେବା ବାହାନାରେ ବନ କର୍ମଚାରି ମାନଙ୍କ ବିରୋଧରେ ଆନ୍ଦୋଳନ କରନ୍ତୁ | ବିଜେଡି ସାଂସଦ, ବିଧାୟକ ଓ ଅନ୍ୟାନ୍ୟ ଜନବିରୋଧୀ ନେତାଙ୍କ ବିରୁଦ୍ଧରେ ସଂଘର୍ଷ ତୀବ୍ରତର କରନ୍ତୁ ।

Advertisement

ସାହୁକାର ଓ ମହାଜନ ଲୋକମାନେ ଗରିବ ଆଦିବାସୀ ମାନଙ୍କ ଠାରୁ ଜମି ସବୁକୁ ବହୁ ମୂଲ୍ୟରେ କିଣୁଛନ୍ତି ଓ ବନ୍ଧକ ରଖୁଛନ୍ତି ଏବଂ ଅଧିକ ଅମଳ ପାଇବା ଆଶାରେ ବିଭିନ୍ନ ପ୍ରକାର ରାସାୟନିକ ସାର ପ୍ରୟୋଗ କରି ଆଦିବାସୀ ମାନଙ୍କ ଜମି ସବୁ କୁ ନଷ୍ଟ କରିଦେଉଛନ୍ତି । ସେମାନଙ୍କୁ ମଧ୍ୟ ଭାକପା (ମାଓବାଦୀ )ସଂଘଠନ ଆଦିବାସୀ ମାନଙ୍କ ଜମି ସବୁ ଫେରେଇ ଦେବା କୁ ଚେତାବନୀ ଦେଇଛନ୍ତି । ଯଦି ଜମି ଫେରସ୍ତ ନ କରନ୍ତି ତେବେ ଆଗାମୀ ଦିନରେ ପ୍ରଜାକୋଟରେ ଦଣ୍ଡିତ କରାଯିବ |ଦୁର୍ନୀତିଖୋର କର୍ମଚାରୀ ମାନଙ୍କୁ ପଦବୀ ରୁ ବହିଷ୍କାର କରିବାକୁ ପ୍ରଶାସନ କୁ ନିର୍ଦେଶ କରିଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର କୁ ଜନ ବିରୋଧୀ ଓ ଦୁର୍ନୀତିଖୋର ସରକାର ବୋଲି ଲିଫଲେଟ ରେ ଉଲ୍ଲେଖ କରିଛନ୍ତି |ଜନତାଙ୍କ ବିରୋଧ ସ୍ୱତେ ଜୋର ଜବରଦସ୍ତ କରି ଆଦିବାସୀ ଙ୍କ ଜମି ଛଡେଇ ସେଠାରେ ଡ୍ୟାମ ନିର୍ମାଣ କଲେ ବିଜେଡି ସାଂସଦ ରମେଶ ମାଝୀ, ବିଧାୟକ ଓ ଡ୍ୟାମ ନିର୍ମାଣ କରୁଥିବା ଠିକାଦାର ଙ୍କୁ ମାରି ଦିଆଯିବ ବୋଲି ଚେତାବନୀ ଦିଆ ଯାଇଛି ”।

Leave a Reply

Your email address will not be published. Required fields are marked *