ଓଡିଶାରେ ଅଗ୍ନିବର୍ଷା , ଆହୁରୀ ୨ ଦିନ ବଢିଲା ସ୍କୁଲ ଛୁଟି
1 min readଭୁବନେଶ୍ୱର : ରାଜ୍ୟରେ ହେଉଛି ଅଗ୍ନିବର୍ଷା । ଅସହ୍ୟ ଗରମକୁ ପ୍ରଚଣ୍ଡ ତାତି । ରାଜଧାନୀ ଭୁବନେଶ୍ୱର ସହ ୨୯ ସହରରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୌଦ୍ରରୂପର ପ୍ରଭାବ ପଡିଛି । ଏଭଳି ସ୍ଥିତିରେ ଘରୁ ପଦାକୁ ଗୋଡ କାଢିବା ଅସମ୍ଭବ ହୋଇପଡିଛି । ତେବେ ଏଭଳି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ୨ ଦିନ ଏପ୍ରିଲ(୧୯ ଓ ୨୦)ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି ।
ଯୁକ୍ତ ୨ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ସରକାରୀ , ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପ୍ରାଥମିକ ବିଦ୍ୟାଳୟ ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ଉଚ୍ଚ ବିଦ୍ୟାଳୟ ବନ୍ଦ ରହିବ । ଏହା ସହ ପ୍ରି ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକ ମଧ୍ୟ ଛୁଟି ଘୋଷଣା କରାଯାଇଛି । ଏହା ସରକାରଙ୍କ ପକ୍ଷରୁ ୨ୟ ଥର ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି ।