Pratidin TV

Odisha's Digital News Platform

(ଭିଡିଓ) ଆମ ଯବାନଙ୍କ ପାଇଁ ଆମେ ଗର୍ବିତ

1 min read

କନ୍ଧମାଳ ; ବୁଧବାର କନ୍ଧମାଳରେ ନିୟୋଜିତ ଏସଓଜି ଟିମ ଗୋଛାପଡା ଥାନା ଅଞ୍ଚଳ ରେ ବାରହାଲା ଜଙ୍ଗଲ ପାଖରେ କୁଂପିଙ୍ଗ ଅପରେସନ ସାରି ଫେରୁଥିଲେ । ସେହି ସମୟରେ ନିକଟସ୍ଥ ଲବେରିକିଆ ଗାଁର ଜଣେ ବୃଦ୍ଧା ଅସୁସ୍ଥ ଥିବା ଦେଖି ଗାଁକୁ ଆମ୍ବୁଲାନ୍ସ ଆସିବା ପାଇଁ ରାସ୍ତା ସୁବିଧା ନ ଥିବାରୁ ତୁରନ୍ତ ଅସୁସ୍ଥ ବୃଦ୍ଧାଙ୍କୁ ଖଟିଆରେ ବୋହି ଆଣି ନିକଟସ୍ଥ ଡାକ୍ତର ଖାନାରେ ପହଞ୍ଚାଇଥିଲେ ଯବାନ୍ । କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦେଶ କ୍ରମେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାରେ ସେହି ବୃଦ୍ଧାଙ୍କୁ ଭର୍ତି କରାଯାଇଛି । ବୃଦ୍ଧା ଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ଜଣାପଡ଼ିଛି ଏସ ପି ନିଜେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝୁଥିବା ଜଣାପଡିଛି । ମାନବିକତା ଦେଖାଇ ଅସୁସ୍ଥ ବୃଦ୍ଧାଙ୍କୁ ଖଟିଆରେ ବୋହି ଆଣି ମେଡିକାଲରେ ପହଞ୍ଚାଇ ଥିବା ଏସଓ ଜି ଯବାନଙ୍କ ଏହି ମହତ୍ୱ କାର୍ୟ୍ୟପାଇଁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *