Pratidin TV

Odisha's Digital News Platform

୩ ଦିନ ପରେ ଜଙ୍ଗଲରୁ ମିଳିଲା ନିଖୋଜ୍ ଯବାନଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?

1 min read

ଧର୍ମଶାଳା : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଚଣ୍ଡିଖୋଲ ଛକ ବରୁଣେଇ ପାହାଡ଼ ନିକଟରେ ଏକ ଜଙ୍ଗଲ ଭିତରେ ମିଳିଲା ଯବାନ ଙ୍କ ମୃତଦେହ । ଜଗତସିଂହପୁର ଜିଲ୍ଲା ଏରସମା ଥାନ ସୋମପୁର ଗ୍ରାମର ଯବାନ ସୂର୍ୟ୍ୟକାନ୍ତ କଉଁର, ମୃତ ଦେହ ଠାବ ହେଇଚି ପୋଲିସ ଘଟଣା ସ୍ଥଳରେ ପଂହଁଚି ତଦନ୍ତ ଜାରି ରଖିଛି । ଖବର ଅନୁଯାଇ ଗତ ୧୭ ତାରିଖ ଦିନ ନିଖୋଜ ଥିବା ସୂର୍ୟ୍ୟକାନ୍ତ, ଦୁଇଦିନ ପୂର୍ବରୁ ଧାନମଣ୍ଡଳ ନିକଟ ପାହାଡ଼ ପାଦ ଦେଶରେ ଏକ ବାଇକ ଜବତ କରିଥିଲା ବଡ଼ଚଣା ପୋଲିସ ।

ତେବେ ଯାଜପୁର spଙ୍କ ନିର୍ଦେଶ କର୍ମେ ବୁଧବାର ଦିନ ଡ୍ରୋନ କ୍ୟାମେରା ସାହାଯ୍ୟରେ ବହୁତ ଖୋଜା ଖୋଜି ପରେ କିଛି ପତା ମିଲି ନଥିଲା, ଆଜି ସକାଳ ସମୟରେ sdpoଙ୍କ ଅଧକ୍ଷୟତରେ ତିନିଟି ପୋଲିସ ଟିମ ଗଠନ କରାଯାଇ ବନ ବିଭାଗ ସହଯୋଗରେ ବହୁ ଖୋଜା ଖୋଜି ପରେ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଂଚିପରେ ମୃତ ଦେହ କୁ ଜବତ କରି ବଡ଼ଚଣା ଗୋଷ୍ଠୀ ସ୍ଵସ୍ଥ୍ୟ କୁ ପଠା ଯାଇଛି,ତେବେ କେଉଁ କାରଣ ରୁ ଯବାନ ଜଣକ ଆତ୍ମ ହତ୍ୟା କରିଛନ୍ତି ନା ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ତାହା ଏପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି,ଏ ନେଇ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣା ର ତଦନ୍ତ ଜାରି ରଖିଛି ।

Advertisement

ଅନ୍ୟପଟେ ମୃତ ଯବାନଙ୍କ ବିବାହକୁ ବର୍ଷେ ପୁରିନଥିବାବେଳେ ନିଜ ସ୍ୱାମୀକୁ ଖୋଜିବା ପାଇଁ ବାରମ୍ବାର ପୋଲିସର ସରଣକୁ ଯିବାପରେ ମଧ୍ୟ ପୋଲିସର ବିଳମ୍ବ କାର୍ଯ୍ୟ ପାଇଁ ଆଜି ତାଙ୍କ ମଥାରୁ ସିନ୍ଦୁର ଲିଭିଯାଇଥିବା କହିଛନ୍ତି ସୂର୍ଯ୍ୟକାନ୍ତଙ୍କ ପତ୍ନୀ । ଛୁଟିରେ ଯବାନ ଜଣଙ୍କ ଗାଁକୁ ବୁଲିବାକୁ ଆସିଥିଲେ ଏହାପରେ ସେ ଗତ ୧୭ ତାରିଖ ଦିନ ଜେଜେମାଙ୍କ ସୁଦ୍ଧି କ୍ରିୟା ପାଇଁ ନିଜ ଗାଁ ସୋମପୁରକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ଘରଲୋକ ୨ ଦିନ ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ୧୮ ତାରିଖରେ ସୂର୍ୟ୍ୟକାନ୍ତଙ୍କ ପତ୍ନୀ ଏନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ। ସେହି ଦିନ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ନିକଟ ପାହାଡ଼ ପାଖରୁ ଏକ ବାଇକ ମିଳିଥିଲା। ପୁଲିସ ତଦନ୍ତ କରିବା ପରେ ଏହା ସୂର୍ୟ୍ୟକାନ୍ତଙ୍କ ଗାଡ଼ି ବୋଲି ଜଣାପଡ଼ିଥିଲା।

Leave a Reply

Your email address will not be published. Required fields are marked *